କଟକ ଜିଲ୍ଲାପାଳଙ୍କୁ ସ୍ୱାଧୀକାର ଭଙ୍ଗ ନୋଟିସ

ଭୁବନେଶ୍ୱର: କଟକ ଜିଲ୍ଲାପାଳଙ୍କୁ ସ୍ୱାଧୀକାର ଭଙ୍ଗ ନୋଟିସ । ରାଜ୍ୟସଭାରେ ଅଭିଯୋଗ କରିଥିଲେ ୭ ସାଂସଦ । କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେଙ୍କୁ ସ୍ୱାଧୀକାର ଭଙ୍ଗ ନୋଟିସ ଜାରି କରାଯାଇଛି । ସରକାରୀ କାର୍ଯ୍ୟକ୍ରମକୁ ସାଂସଦଙ୍କୁ ଆମନ୍ତ୍ରଣ କରାନଯିବା ଘଟଣାକୁ ନେଇ ରାଜ୍ୟସଭା ସଚିବାଳୟ ପକ୍ଷରୁ ନିର୍ଦ୍ଦେଶକ ସକେତ କୁମାର ଏହି ନୋଟିସ କେନ୍ଦ୍ର ପର୍ସେନେଲ, ପବ୍ଲିକ ଗ୍ରିଭାନସେସ ଓ ପେନସନ ବିଭାଗ ମନ୍ତ୍ରଣାଳୟ ବିଭାଗ ମନ୍ତ୍ରଣାଳୟ ଜରିଆରେ ପ୍ରଦାନ କରିଛନ୍ତି । ସୂଚନାଯୋଗ୍ୟ ଜାନୁଆରୀ ୨୩ ତାରିଖ ନେତାଜୀ ଜୟନ୍ତୀ କାର୍ଯ୍ୟକ୍ରମରେ ଯୋଗ ଦେବା ପାଇଁ ରାଜ୍ୟସଭାର ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି କଟକ ଓଡିଆ ବଜାର ସ୍ଥିତ ନେତାଜୀ ଜନ୍ମସ୍ଥାନ ସଂଗ୍ରହାଳୟକୁ ଆସିଥିଲେ । ସେଠାରେ ବିଭିନ୍ନ ଉଦଘାଟନ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ରହିଥିଲା । ରାଜ୍ୟସଭା ସଦସ୍ୟ ଦେବାଶିଷ ସାମନ୍ତରାୟ କଟକର ବାସିନ୍ଦା ହୋଇଥିବା ବେଳେ ତାଙ୍କୁ ଏହି କାର୍ଯ୍ୟକ୍ରମକୁ ଡକାଯାଇ ନଥିଲା କି ଫଳକରେ ତାଙ୍କ ନାମ ନଥିଲ।।ଏହି ପ୍ରସଙ୍ଗ ଦେବାଶିଷ ସାମନ୍ତରାୟ ରାଜ୍ୟସଭାରେ ଉତଥାପନ କରିଥିଲେ । ଏହା ରାଜ୍ୟସଭା ଓ ରାଜ୍ୟସଭାର ଅଧକ୍ଷଙ୍କ ପ୍ରତି ପରୋକ୍ଷରେ ଅମାନ ବୋଲି କହିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button