ବ୍ରେନସ ଆଇକନିକ ଟ୍ରଷ୍ଟର ଅନ୍ୟନାମ ସାମାଜିକ କାର୍ଯ୍ୟକ୍ରମ

ଭୁବନେଶ୍ୱର: ଗତ ସ୍ବାଧୀନତା ଦିବସ ଅବସରରେ ସମାଜ ଉଦ୍ଦେଶ୍ୟ ରେ ସଦ୍ୟ ଲୋକାର୍ପିତ ହୋଇଥିବା ବ୍ରେନସ ଆଇକନିକ ଟ୍ରଷ୍ଟ ୭୯ ତମ ସ୍ୱାଧୀନତା ଦିବସ ପାଳନ ଅବସରରେ ଜାତୀୟ ପତାକା ଉତ୍ତୋଳନ କରିବା ସହିତ ଭୁବନେଶ୍ୱର ଉପକଣ୍ଠ ରଘୁନାଥପୁର ଠାରେ ଥିବା ଶିରିଡି ସାଇ ସଂସ୍ଥା ପରିଚାଳିତ ବୃଦ୍ଧାଶ୍ରମ କୁ ଯାଇ ଟ୍ରଷ୍ଟର କାର୍ଯ୍ୟକର୍ତ୍ତାମାନେ ବିଭିନ୍ନ ଖାଦ୍ୟସାମଗ୍ରୀ ସହ ଫଳ ବଣ୍ଟନ କରିଥିଲେ।”ମାନବ ସେବା ହେଉଛି ମାଧବ ସେବା”।ଏହି ଉକ୍ତିକୁ ପାଥେୟ କରି ଟ୍ରଷ୍ଟର ଅଧ୍ୟକ୍ଷ ଇଂ ଅଶୋକ କୁମାର ଭୂୟାଁ ଏବଂ ସମ୍ପାଦକ ଡ଼ାଃ ବିଜୟ କୁମାର ଜେନା ଯେଉଁ ପ୍ରୟାସ ଆରମ୍ଭ କରିଛନ୍ତି, ତାହା ଅତ୍ୟନ୍ତ ସ୍ୱାଗତଯୋଗ୍ୟ।
ଗତ ଅଗଷ୍ଟ ୯ ତାରିଖ କ୍ରାନ୍ତିଦିବସ ଦିନ ଟ୍ରଷ୍ଟ ସମାଜ ଉଦ୍ଦେଶ୍ୟ ରେ ଲୋକାର୍ପିତ ହୋଇ ଯେଉଁସବୁ ସାମାଜିକ କାର୍ଯ୍ୟକ୍ରମ କରିବା ପାଇଁ ଘୋଷଣା କରି ଶପଥ ନେଇଥିଲା, ସ୍ୱାଧୀନତା ଦିବସରେ ଟ୍ରଷ୍ଟ ତାହାର କାର୍ଯ୍ୟକ୍ରମ ଏକ ଜରାନିବାସ ରୁ ଆରମ୍ଭ କରିଥିବାରୁ ଉପସ୍ଥିତ ବୃଦ୍ଧ, ବୃଦ୍ଧାଙ୍କ ସମେତ ସମସ୍ତ ବ୍ୟକ୍ତି ଖୁସି ବ୍ୟକ୍ତ କରିଥିଲେ।ଅନ୍ୟମାନଙ୍କ ମଧ୍ୟରେ ଅବସରପ୍ରାପ୍ତ ମୁଖ୍ୟଯନ୍ତ୍ରୀ ଅଭିମନ୍ୟୁ ବାରିକ ଓ ବୃଦ୍ଧାଶ୍ରମ ର ପ୍ରତିଷ୍ଠାତା ଆଡଭୋକେଟ ବିଜୟ ପାତ୍ର ପ୍ରମୁଖ ଯୋଗଦେଇଥିଲେ।