ପୁରୀ ଜଗନ୍ନାଥବଲ୍ଲଭ ପାର୍କିଂ ଉପରୁ ଖସିପଡିଲା ବୋଲେରୋ: ଡ୍ରାଇଭର ଗୁରୁତର

ଭୁବନେଶ୍ବର: ଆଜି ଏକ ବଡ ଦୁର୍ଘଟଣାରୁ ରକ୍ଷା ମିଳିଛି। ନଚେତ କଣ ଯେ ହୋଇଥାଆନ୍ତା ତାହା କଳନା କରିହେବ ନାହିଁ।  ପ୍ରଥମ ମହଲା ପାର୍କିରୁ ତଳକୁ ଏକ ବୋଲେରୋ ଗାଡି ତଳକୁ ଖସିପଡିଥିଲେ ମଧ୍ୟ କେହି ମୃତାହତ ହୋଇ ନାହାଁନ୍ତି। କାରଣ ଦୁର୍ଘଟଣାଟି ଏତେ ଭୟଙ୍କର ଥିଲା ଯେ, ଯଦି ଗାଡିରେ କେହି ଯାତ୍ରୀ ଥାଆନ୍ତେ ତେବେ ସେମାନଙ୍କ ଅବସ୍ଥା ସାଂଘାତିକ ହୋଇଯାଇଥାଆନ୍ତା। ଆଜି ପୁରୀ ଶ୍ରୀ ଜଗନ୍ନାଥ ଦର୍ଶନ କରିବାକୁ ବୋଲେରୋ ଗାଡିରେ କେତେକ ଯାତ୍ରୀ ଆସିଥିଲେ। ସେମାନଙ୍କୁ ଜଗନ୍ନାଥ ବଲ୍ଲଭ ମଲଡିେଲବୁଲ ପାର୍କିଂ ଆଗରେ ଓହ୍ଲାଇ ଦେଇ ଗାଡିଟି ଉପରକୁ ପାର୍କିଂ କରିବାକୁ ଗଲା। ତେବେ ପ୍ରଥମ ମହଲାରେ ଗାଡିଟି ଖାଲିଯାଗାରେ ପଛୁଆ କରି ପାର୍କି କରୁଥିଲା। ହେଲେ ପଛରେ କୌଣସି ବାଡ ନ ଥିବାରୁ ଗାଡିଟି ପଛୁଆ ଯାଉଥିବା ବେଳେ ତଳକୁ ଖସିପଡିଥିଲା। ଘଟଣାସ୍ଥଳରେ ଡ୍ରାଇଭର ଗୁରୁତର ଆହତ ହୋଇପଡିବାରୁ ତାଙ୍କୁ ପୁରୀ ହସ୍ପିଟାଲରେରେ ଭର୍ତ୍ତି କରାଯାଇଛି। ତେବେ ପାର୍କିଂ ନିର୍ମାଣ କାର୍ଯ୍ୟ ସରି ନ ଥିବା ବେଳେ କାହିଁକି ଗାଡି ରଖିବାକୁ କୁହାଯାଉଛି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି।

Related Articles

Leave a Reply

Your email address will not be published. Required fields are marked *

Back to top button