ବଦଳିଲେ ବିଏମସି କମିଶନର

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର କମିଶନର ବିଜୟ ଅମୃତ କୁଲାଙ୍ଗେଙ୍କ ବଦଳି ହୋଇଛି । ତାଙ୍କ ସ୍ଥାନରେ ରାଜଶେ ପ୍ରଭାକର ପାଟିଲଙ୍କୁ ବିଏମସିର ନୂଆ କମିଶନରଭାବେ ନିଯୁକ୍ତି ମିଳିଛି ।   ରାଜଶେ ପ୍ରଭାକର ପାଟିଲ ହେଉଛନ୍ତି ୨୦୦୫ ବ୍ୟାଚର ଆଇଏଏସ ଅଫିସର । ନୂଆ ବିଏମସି କମିଶନରଙ୍କ ନିଯୁକ୍ତି ନେଇ ଜିଏ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ବର୍ତ୍ତମାନ ବିଜୟ ଅମୃତ କୁଲାଙ୍ଗେ ଛୁଟିରେ ଯିବେ । ତାଙ୍କ ଆବେଦନ ଅନୁସାରେ  ସେ ମାସେ ଛୁଟିରେ ଯାଉଥିବା ଜିଏ ପକ୍ଷରୁ କୁହାଯାଇଛି । ଛୁଟିରୁ ଫେରିବା ପରେ ବିଜୟ ଅମୃତ କୁଲାଙ୍ଗେଙ୍କୁ ନୂଆ ନିଯୁକ୍ତି ମିଳିବ ବୋଲି ଜିଏ ପକ୍ଷରୁକୁହାଯାଇଛି । ତେବେ ଗତକାଲି କର୍ପୋରେଟରଙ୍କ ଭତ୍ତା ବୃଦ୍ଧି ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେବା ବିଜୟ ଅମୃତ କୁଲାଙ୍ଗେଙ୍କୁ ମହଙ୍ଗା ପଡ଼ିଲା ବୋଲି ଚର୍ଚ୍ଚା ହେଉଛି । ପ୍ରତି କର୍ପୋରେସନ ମିଟିଂ ପିଛା  କର୍ପୋରେଟରଙ୍କ ଭତ୍ତା ୭୦୦ରୁ ୧୦ ହଜାର ଟଙ୍କାକୁ ବୃଦ୍ଧି,  କର୍ପୋରେସନ ମିଟିଂ ପାଇଁ ମେୟରଙ୍କ ଭତ୍ତା ୫୦ ହଜାର ଟଙ୍କା ଓ ଡେପୁଟି ମେୟଙ୍କ ଭତ୍ତା ୨୫ ହଜାର ଟଙ୍କା  ବୃଦ୍ଧି  ନେଇ ନେଇ କର୍ପୋରେସନ ବୈଠକରେ ନିଷ୍ପତ୍ତି ହୋଇଥିବା ବିଏମସି କମିଶନର ବିଜୟ ଅମୃତା କୁଲାଙ୍ଗେ ସୂଚନା ଦେଇଥିଲେ । ଅବଶ୍ୟ ପରେ ଏହାକୁ ଏକ ପ୍ରେସ ରିଲିଜ ମାଧ୍ୟମରେ ପ୍ରତ୍ୟାହାର କରାଯାଇଥିଲା। ଭତ୍ତା ବୃଦ୍ଧି ପାଇଁ ନିଷ୍ପତ୍ତି ହୋଇନାହିଁ । ବୃଦ୍ଧି ପାଇଁ ରାଜ୍ୟ ସରକାରଙ୍କୁ କେବଳ ପ୍ର୍ରସ୍ତାବ ଦିଆଯାଇଛି ବୋଲି ଉକ୍ତ ପ୍ରେସରିଲିଜରେ ଦର୍ଶାଯାଇଥିଲା ।

Related Articles

Leave a Reply

Your email address will not be published.

Back to top button