ବିଜେଡିର ଅଭିନବ ପ୍ରତିବାଦ, ଗଙ୍ଗା ଜଳ ଛିଞ୍ଚି ବିଧାନସଭାକୁ କଲେ ପବିତ୍ର

ଭୁବନେଶ୍ୱର : ବିଧାନସଭା ପରିସରରେ ବିଜେଡିର ଅଭିନବ ପ୍ରତିବାଦ । ଗଙ୍ଗା ଜଳ ଛିଞ୍ଚି ପ୍ରତିବାଦ କରିଛନ୍ତି । ଆଜି ବିଜେଡି ବିଧାୟକମାନେ ଗୃହ ଚାରିପଟେ ପବିତ୍ର ଗଙ୍ଗା ଜଳ ଛିଞ୍ଚିଛନ୍ତି । ତେବେ ଏଭଳି କରିବାର କାରଣ ବିଧାନସଭାରେ ପୋଲିସ୍ ପଶି ବିଧାୟକଙ୍କ ଉପରକୁ ଆକ୍ରମଣ କରିଥିଲା । ପୂର୍ବରୁ ବିଧାନସଭାରେ କେବେ ପୋଲିସ ପଶିନଥିଲା କିମ୍ବା ବିଧାୟକଙ୍କ ଉପରକୁ କେବେ ଆକ୍ରମଣ କରିନଥିଲା । ବିଧାନସଭା ପୋଲିସ୍ ପଶି ଅପବିତ୍ର କରିଛି ଯାହାଦ୍ୱାରା ବିଧାନସଭା ଅପବିତ୍ର ହୋଇଛି । ସେଥିପାଇଁ ଧାନସଭା ଚାରିପଟେ ମାଟି କଳସରେ ଗଙ୍ଗା ଜଳ ଧରି ଆମ୍ବଡାଳରେ ସିଞ୍ଚନ କରିଛନ୍ତି ବିଜେଡ଼ି ସଦସ୍ୟ । ଅନ୍ୟପଟେ ବିଧାୟକଙ୍କ ଏଭଳି କାର୍ଯ୍ୟ ଦେଖି ବାଚସ୍ପତି ଅନୁରୋଧ କରିଥିଲେ ଗୃହ ଭିତରକୁ କଳସ ଧରି ନ ଆସିବା ପାଇଁ । ଏହା ପରେ ବିଜେଡିର ବିଧାୟକ ମାନେ ଗୃହ ବାହାରକୁ ଚାଲି ଯାଇଥିଲେ । ବିଧାନସଭା ଭିତରେ ପୋଲିସ ପଶାଇ ବିରୋଧୀ ବିଧାୟକଙ୍କୁ ଆକ୍ରମଣ କରାଯାଇଥିବା ଦଳ ଅଭିଯୋଗ କରିଛି । ବିଜେଡି ବିଧାୟକଙ୍କ ଉପରେ ଗତକାଲି ଆକ୍ରମଣ ହୋଇଛି । ତାପୂର୍ବ ଦିନ କଂଗ୍ରେସ ବିଧାୟକଙ୍କ ଉପରେ ଆକ୍ରମଣ ହୋଇଥିଲା । ଫଳରେ ଗଣତନ୍ତ୍ରର ପବିତ୍ର ମନ୍ଦିର ଅପବିତ୍ର ହୋଇଛି କହି ଗଙ୍ଗା ଜଳ ଛିଞ୍ଚିଛନ୍ତି ବିଜେଡି ବିଧାୟକମାନେ ।