ବିଜେପିର ଓଡ଼ିଶା ପ୍ରଭାରୀ ବିଜୟପାଲ ସିଂ ତୋମାର

ଭୁବନେଶ୍ୱର: ୨୦୨୪ ସାଧାରଣ ନିର୍ବାଚନ ପାଇଁ ପ୍ରମୁଖ ରାଜନୈତିକ ଦଳଗୁଡ଼ିକ ନିଜ ନିଜ ରଣନୀତି ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଏହି କ୍ରମରେ ବିଜେପି ପକ୍ଷରୁ ୨୦୨୪ ଲୋକସଭା ନିର୍ବାଚନ ପାଇଁ ବିଭିନ୍ନ ରାଜ୍ୟ ନିମନ୍ତେ ପ୍ରଭାରୀଙ୍କ ନାମ ଘୋଷଣା କରାଯାଇଛି । ତଦନୁଯାୟୀ ବିଜୟପାଲ ସିଂ ତୋମାରଙ୍କୁ ଓଡ଼ିଶା ଦାୟିତ୍ୱ ଦିଆଯାଇଛି । ବିଜୟପାଲ ସିଂ ତୋମାରଙ୍କୁ ପ୍ରଭାରୀଭାବେ ଘୋଷଣା କରାଇଥିବାବେଳେ ଲତା ଉସେଣ୍ଡିଙ୍କୁ ସହ-ପ୍ରଭାରୀଭାବେ ଘୋଷଣା କରାଯାଇଛି ।  ଅନ୍ୟପକ୍ଷରେ ପଞ୍ଜାମ ପାଇଁ ବିଜୟ ରୂପାଣୀ ଓ ନରିନ୍ଦର ସିଂଙ୍କୁ ନିଯୁକ୍ତ କରାଯାଇଛି । ପଶ୍ଚିମବଙ୍ଗ ପାଇଁ ୩ଜଣଙ୍କୁ ନିଯୁକ୍ତ କରାଯାଇଛି । ସେମାନେ ହେଲେ ମଙ୍ଗଲ ପାଣ୍ଡେ, ଅମିତ୍ ମାଲବ୍ୟ ଓ ଆଶା ଲକଡ଼ା ।  ସେହିପରି ଉତ୍ତର ପ୍ରଦେଶ ପାଇଁ ବୈଜୟନ୍ତ ପଣ୍ଡାଙ୍କୁ ପ୍ରଭାରୀଭାବେ ନିଯୁକ୍ତି କରାଯାଇଥିବାବେଳେ କେରଳ ପାଇଁ ପ୍ରକାଶ ଜାଭେଡକରଙ୍କୁ ନିଯୁକ୍ତ କରାଯାଇଛି । ବିହାର ପାଇଁ ବିନୋଦ ତାୱଡେ଼ ଓ ଦୀପକ ପ୍ରକାଶଙ୍କୁ ନିଯୁକ୍ତ କରାଯାଇଛି ।

Related Articles

Leave a Reply

Your email address will not be published.

Back to top button