ହରିୟାଣାରେ ବିଜେପିର ସେଲିବ୍ରେସନ

ନୂଆଦିଲ୍ଲୀ: ହରିୟାଣା ବିଧାନସଭା ନିର୍ବାଚନରେ ବାଜିମାତ କରୁଛି ବିଜେପି। ୯୦ ଆସନ ବିଶିଷ୍ଟ ବିଧାନସଭା ଆସନରେ ବିଜେପି ଏଠାରେ ମ୍ୟାଜିକ୍‌‌ ନମ୍ବର ପାର କରିଛି। ବର୍ତ୍ତମାନ ସୁଦ୍ଧା ବିଜେପି ୫୦ସିଟରେ ଆଗୁଆ ରହିଥିବା ବେଳେ କଂଗ୍ରେସ ୩୫ସିଟରେ ଆଗୁଆ ଓ ଅନ୍ୟ ସ୍ୱାଧୀନ ଦଳ ୬ଟି ଆସନରେ ଆଗୁଆ ରହିଛନ୍ତି। ହରିୟାଣାରେ ବିଜେପିର ମୁଖ୍ୟମନ୍ତ୍ରୀ ନାଏବ ସିଂହ ସୈନୀ ଆଗୁଆ ରହିଥିବା ବେଳେ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପିନ୍ଦର ସିଂହ ହୁଡା ମଧ୍ୟ ଆଗୁଆ ରହିଛନ୍ତି। ତେବେ ବିଜେପି ଆଗୁଆ ରହିଥିବାରୁ ହରିୟାଣା ବିଜେପି କାର୍ୟକର୍ତ୍ତାଙ୍କ ମଧ୍ୟରେ ସେଲିବ୍ରେସନ ଆରମ୍ଭ ହୋଇଯାଇଛି। ହରିୟାଣାରେ ମିଛ ହେବକି ଏକଜିଟ ପୋଲ । କାହିଁକିନା ବୁଥ ବାହୁଡା ଜନମତ କଂଗ୍ରେସ ସପକ୍ଷରେ ଯାଇଥିବା ବେଳେ ଏବେ ଭୋଟ ଗଣତିରେ କିନ୍ତୁ ପରିବର୍ତ୍ତନ ଦେଇଖିବାକୁ ମିଳିଛି । ଟ୍ରେଣ୍ଡରେ ରହିଛି ବିଜେପି । ତେବେ ବର୍ତ୍ତମାନର ଟ୍ରେଣ୍ଡ ଅନୁଯାୟୀ ବିଜେପି ୫୦ଟି ଆସନରେ ଆଗୁଆ ରହିଛି । ସେଥିମଧ୍ୟରୁ ୨ଟି ଆସନରେ ବିଜେପି ବାଜିମାତ କରିସାରିଛି । ସେହିପରି କଂଗ୍ରେସ ୩୫ଟି ଆସନରେ ଆଗୁଆ ଥିବାବେଳେ ୨ଟି ଆସନରେ ଜିତିସାରିଛି । ସେହିପରି ଭାରତୀୟ ଜାତୀୟ ଲୋକଦଳ ଓ ବହୁଜନ ସମାଜବାଦୀ ପାର୍ଟି ଗୋଟିଏ ଲେଖାଏଁ ଆସନରେ ଆଗୁଆ ରହିଛି । ଅନ୍ୟପକ୍ଷରେ ୩ଟି ଆସନ ସ୍ୱାଧୀନ ପ୍ରାର୍ଥୀଙ୍କ ଖାତାକୁ ଯାଇଛି ।

Related Articles

Leave a Reply

Your email address will not be published.

Back to top button