ବିଜେପି ସଭାପତିଙ୍କ ଘୋଷଣା: NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ହେବେ ସିପି ରାଧାକୃଷ୍ଣନ୍

ନୂଆଦିଲ୍ଲୀ: NDA ଉପରାଷ୍ଟ୍ରପତି ପ୍ରାର୍ଥୀ ପାଇଁ ସିପି ରାଧାକୃଷ୍ଣନ୍ ଙ୍କ ନାମ ଘୋଷଣା କରିଛି। ଆଜି ବିଜେପି ସଂସଦୀୟ ବୋର୍ଡ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି। ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଏବଂ କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା କହିଛନ୍ତି ଯେ, ମହାରାଷ୍ଟ୍ର ରାଜ୍ୟପାଳ ସିପି ରାଧାକୃଷ୍ଣନ୍ ଉପରାଷ୍ଟ୍ରପତି ନିର୍ବାଚନ ପାଇଁ NDA ପ୍ରାର୍ଥୀ ହେବେ। କେନ୍ଦ୍ରମନ୍ତ୍ରୀ ଜିତନ୍ ରାମ ମାଞ୍ଝି ଉପରାଷ୍ଟ୍ରପତି ପଦ ପାଇଁ NDA ପ୍ରାର୍ଥୀଙ୍କୁ ସମର୍ଥନ କରିଛନ୍ତି। X ରେ ପୋଷ୍ଟ କରି ଜିତନ୍ ରାମ ମାଞ୍ଝି କହିଛନ୍ତି ଯେ, “ଆମେ ଉପରାଷ୍ଟ୍ରପତି ପଦ ପାଇଁ NDA ପ୍ରାର୍ଥୀ ସିପି ରାଧାକୃଷ୍ଣନଙ୍କୁ ପୂର୍ଣ୍ଣ ସମର୍ଥନ କରୁ। ଆମେ ରାସ୍ତାରୁ ସଂସଦ ପର୍ଯ୍ୟନ୍ତ NDA ସହିତ ଠିଆ ହୋଇଛୁ।” ବିଜେପି ସଭାପତି ଜେପି ନଡ୍ଡା କହିଛନ୍ତି ଯେ, ଆମେ ଚାହୁଁଛୁ ଯେ ପରବର୍ତ୍ତୀ ଉପରାଷ୍ଟ୍ରପତି ସର୍ବସମ୍ମତିକ୍ରମେ ନିର୍ବାଚିତ ହୁଅନ୍ତୁ, ଯାହା ପାଇଁ ଆମେ ବିରୋଧୀ ନେତାମାନଙ୍କ ସହିତ ଯୋଗାଯୋଗ କରିଛୁ।

Related Articles

Leave a Reply

Your email address will not be published. Required fields are marked *

Back to top button