ବିଜେଡ଼ିରେ ଯୋଗଦେଲେ ବିଜେପି ନେତା ଭାଗୀରଥୀ ପ୍ରଧାନ

ଭୁବନେଶ୍ୱର: ଅନୁଗୁଳ ଜିଲ୍ଲା ଅନ୍ତର୍ଗତ ଆଠମଲ୍ଲିକ ନିର୍ବାଚନମଣ୍ଡଳୀର ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାଗୀରଥୀ ପ୍ରଧାନଙ୍କ ସହ ଶତାଧିକ ବିଜେପି କର୍ମକର୍ତ୍ତା ଓ ନିର୍ବାଚିତ ପ୍ରତିନିଧି ଆଜି ଶଙ୍ଖଭବନ ଠାରେ ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳୀନୀକାନ୍ତ ପ୍ରଧାନ, ଅନୁଗୁଳ ଜିଲ୍ଲା ସହପର୍ଯ୍ୟବେକ୍ଷକ କୁନାବିହାରୀ ଦାସ, ଆଠମଲ୍ଲିକ ପର୍ଯ୍ୟବେକ୍ଷକ ଚିନ୍ମୟ ସାହୁ ଓ ରାଜ୍ୟସଭା ସାଂସଦ ଡକ୍ଟର ସସ୍ମିତ ପାତ୍ରଙ୍କ ଉପସ୍ଥିତିରେ ବିଜେଡିରେ ଯୋଗ ଦେଇଛନ୍ତି। ଦଳରେ ସାମିଲ୍ ହୋଇଥିବା ବିଜେପି ନେତା ଭାଗୀରଥୀ ପ୍ରଧାନଙ୍କ ସହ ଶତାଧିକ ବିଜେପି କର୍ମୀଙ୍କୁ ଶ୍ରୀ ପ୍ରଧାନ, ଶ୍ରୀ ଦାସ, ଶ୍ରୀ ସାହୁ ଓ ଡକ୍ଟର ପାତ୍ର ଉପଢୌକନ ଦେଇ ଦଳକୁ ସ୍ୱାଗତ କରିଥିଲେ । ଆଜି ବିଜେପି କର୍ମୀମାନଙ୍କ ଯୋଗଦାନ ଫଳରେ ବିଶେଷକରି ଆଠମଲ୍ଲିକ ନିର୍ବାଚନମଣ୍ଡଳୀରେ ଦଳୀୟ ସଂଗଠନ ଆହୁରି ମଜଭୂତ ହେବ ବୋଲି ଶ୍ରୀ ପ୍ରଧାନ, ଶ୍ରୀ ଦାସ, ଶ୍ରୀ ସାହୁ ଓ ଡକ୍ଟର ପାତ୍ର କହିଥିଲେ। ଏହି ଅବସରରେ ବିଜେଡ଼ିରେ ସାମିଲ୍ ହୋଇଥିବା ବିଜେପି ନେତା ଭାଗୀରଥୀ ପ୍ରଧାନ ନିଜ ପ୍ରତିକ୍ରିୟାରେ କହିଥିଲେ ଯେ, ମାନ୍ୟବର ମୁଖ୍ୟମନ୍ତ୍ରୀ ତଥା ବିଜେଡ଼ି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଲୋକାଭିମୁଖୀ କାର୍ଯ୍ୟ, ସ୍ୱଚ୍ଛ ଶାସନ, ନିର୍ମଳ ଭାବମୂର୍ତ୍ତି ଓ ନୀତି ଆଦର୍ଶରେ ଅନୁପ୍ରାଣିତ ହୋଇ ଆଜି ବିଧିବଦ୍ଧ ଭାବେ ବିଜେଡିରେ ଯୋଗ ଦେଲି। ନୂତନ ଓଡ଼ିଶା ଗଠନ ଦିଗରେ ମାନ୍ୟବର ମୁଖ୍ୟମନ୍ତ୍ରୀ ମୋତେ ଯାହା ଦାୟିତ୍ୱ ଦେବେ ତାକୁ ସୂଚାରୁ ରୂପେ ତୁଲାଇବି। ଦଳରେ ମୋତେ ଏବଂ ମୋ ସହ ଯୋଗ ଦେଇଥିବା ସମସ୍ତ ବିଜେପି କର୍ମୀଙ୍କୁ ଗ୍ରହଣ କରିଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ ଏବଂ ସମସ୍ତ ନେତୃବୃନ୍ଦଙ୍କୁ କୃତଜ୍ଞତା ଜ୍ଞାପନ କରୁଛୁ। ଏହି ମିଶ୍ରଣ ପର୍ବରେ ପରମାନନ୍ଦ ସାହୁ, ବନ୍ଧୁଆ ବେହେରା, ଯଶୋବନ୍ତ ଭୋଇ, ନୀଳାଦ୍ରି ପ୍ରଧାନ, ଦୁର୍ଯୋଧନ ମୁଣ୍ଡା, ଆଶିଷ ବେହେରା, ସୁଜିତ ମହାପାତ୍ର, ଗିରୀଶ ନାୟକ, ଅଭିରାମ ଦେହୁରୀ, ସିପନ୍ ବେହେରା, ହିମାଂଶୁ ବାଘ, ଭବାନୀ ମେହେର, ଶିବ ପ୍ରସାଦ ଗାଇଗେରୀୟା, ରାଜକିଶୋର ବାଘ, ପ୍ରାଣବନ୍ଧୁ ଗୁୁରୁ, ପାଣ୍ଡୁ ଗୁରୁ, ଭଗବାନ ବେହେରା, ସଂଜୀବ ସାହୁ, କଷ୍ଟୁ ସାହୁ, ଅଭିନାଶ ସାହୁ, ନିରଞ୍ଜନ ରାଉଳ, ପ୍ରଦୀପ ପ୍ରଧାନ, ଆଲୋକ ପ୍ରଧାନ, ଅବନୀ ପ୍ରଧାନ, ସୁଶାନ୍ତ ପ୍ରଧାନ, ସନ୍ତୋଷ ସାହୁ, ସତ୍ୟବାନ ସାହୁ, ଶାନ୍ତୁନ ବାଘ, ସୁରେଶ ପ୍ରଧାନ, ଅଜିତ ବିଶ୍ୱାଳ, ପ୍ରସନ୍ନ ସ୍ୱାଇଁ, ନକୁଳ ଦେହୁରୀ, ତ୍ରିଲୋଚନ ଜେନା, ରଘୁନାଥ ଗଡତିଆ ସଂଜିବ ମିର୍ଦ୍ଧୀ ଓ ହରି ନାୟକଙ୍କ ସହ ଶତାଧିକ କର୍ମୀ ବିଜେଡ଼ିରେ ସାମିଲ ହୋଇଥିଲେ। ଶେଷରେ ବିଜେଡ଼ି ମୁଖପାତ୍ର ଡଃ ପ୍ରିୟବ୍ରତ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।

Related Articles

Leave a Reply

Your email address will not be published.

Back to top button