ଅଭିନେତା କମଲ ହାସନଙ୍କୁ ଭେଟିଲେ ବିଜେଡି ସାଂସଦ ସୁଲତା ଦେଓ

ନୂଆଦିଲ୍ଲୀ: ପ୍ରଖ୍ୟାତ ଅଭିନେତା କମଲ ହାସନଙ୍କୁ ଆଜି ରାଜ୍ୟସଭା ପରିସରରେ ସାକ୍ଷାତ କରିଛନ୍ତି ବିଜେଡି ସାଂସଦ ସୁଲତା ଦେଓ। ସୁଲତା ବେଶ ଖୁସି ମିଜାଜରେ ତାଙ୍କୁ ସାକ୍ଷାତ କରିବା ସହିତ ନିଜ ସାମାଜିକ ଗଣମାଧ୍ୟମରେ ଏହାକୁ ପୋଷ୍ଟ ମଧ୍ୟ କରିଛନ୍ତି। ସେ ଲେଖିଛନ୍ତି ଯେ, କମଲ ହାସନଙ୍କୁ ସ୍ବାଗତ। ସେ ପଦ୍ମଶ୍ରୀ, ପଦ୍ମଭୂଷଣ କମଲ ହାସନ ଜଣେ ପ୍ରତିଷ୍ଠିତ କଳାକାର ତଥା ଚଳଚିତ୍ର ବ୍ୟକ୍ତିତ୍ବ । ସେ ତାମିଲ ଏବଂ ହିନ୍ଦି ଚଳଚିତ୍ରରେ ନିଜର ପରାକାଷ୍ଠା ଦେଖାଇଛନ୍ତି। ତାଙ୍କର ଚଳଚିତ୍ର ଏକ ଦୁଜେ କେଲିଏ ଏବଂ ସଦମ୍ମା ଦେଖିଛି। ତେବେ ଏହି ସାକ୍ଷାତକାରର ଅବସର ଭିନ୍ନ ଥିଲା। ତାହା ହେଲା ଆଜି କମଳ ହାସନ ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଛନ୍ତି। ସେ ତାମିଲନାଡୁରୁ ରାଜ୍ୟସଭାକୁ ମନୋନିତ ହୋଇ ଆସିଛନ୍ତି। ତାଙ୍କୁ ତାମିଲନାଡୁ ସରକାରୀ ଦଳ ଡିଏମକେ ଏବଂ ସହଯୋଗୀ ଦଳ ସମର୍ଥନ କରିଥିଲେ। ଆଜି ସେ ରାଜ୍ୟସଭା ସଦସ୍ୟ ଭାବେ ଶପଥ ଗ୍ରହଣ କରିଥିଲେ। ଏହାପରେ ତାଙ୍କୁ ସାକ୍ଷାତ କରିବା ପାଇଁ ବିଭିନ୍ନ ରାଜ୍ୟସଭା ସଦସ୍ୟଙ୍କ ଆଗ୍ରହ ସୃଷ୍ଟି ହୋଇଥିଲା। କମଲ ହାସନ ତାମିଲ ଭାଷାରେ ଶପଥ ନେଇଥିଲେ।

Related Articles

Leave a Reply

Your email address will not be published. Required fields are marked *

Back to top button