ମଣିଷଙ୍କୁ ସଂକ୍ରମଣ ହୋଇନି ବାର୍ଡ ଫ୍ଲୁ:ମନ୍ତ୍ରୀ

ଭୁବନେଶ୍ୱର: ମଣିଷଙ୍କୁ ବାର୍ଡ ଫ୍ଲୁ ସଂକ୍ରମଣ ହୋଇନଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି । ଯେଉଁ ନମୁନା ପରୀକ୍ଷା ପାଇଁ ଯାଇଥିଲା ତାହା ନେଗେଟିଭ ଆସିଛି । ସମ୍ପୃକ୍ତ ବ୍ୟକ୍ତିଙ୍କୁ ଆଇସୋଲେସନରେ ରଖାଯାଇଛି । ବାର୍ଡ ଫ୍ଲୁ ନେଇ ସ୍ୱାସ୍ଥ୍ୟ ବିଭାଗ ସଜାଗ ରହିଛି । ବ୍ୟାପକ ସଚେତନତା କରାଯାଉଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଏଥିସହ ବାର୍ଡ ଫ୍ଲୁ ନେଇ ଆତଙ୍କିତ ନହେବାକୁ ଶ୍ରୀ ମହାଲିଙ୍ଗ ପରାମର୍ଶ ଦେଇଛନ୍ତି । ବାର୍ଡ ଫ୍ଲୁ ଆକ୍ରାନ୍ତ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ନୀଳକଣ୍ଠ ମିଶ୍ରଙ୍କ ପକ୍ଷରୁ ବୁଧବାର ମିଳିଥିବା ସୂଚନାନୁଯାୟୀ, ୨ ଜଣ ବାର୍ଡ ଫ୍ଲୁ ସନ୍ଦିଗ୍ଧ ଚିହ୍ନଟ ହୋଇଥିଲେ। ଲକ୍ଷଣ ଥିବା ୨ ଜଣଙ୍କ ନମୁନା ଆରଏମଆରସିକୁ ପରୀକ୍ଷା ପାଇଁ ପଠାଯାଇଥିଲା। ପୁଣେ ଭାଇରୋଲୋଜି ସେଣ୍ଟରକୁ ମଧ୍ୟ ନମୁନା ପଠାଯାଇଥିଲା। ରିପୋର୍ଟକୁ ଅପେକ୍ଷା ରହିଥିଲା। ଏନେଇ ଆତଙ୍କିତ ନହେବାକୁ ପରାମର୍ଶ ଦେଇଥିଲେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ। ଆରଏମଆରସି ରିପୋର୍ଟ ଆସିବା ପରେ ସ୍ୱାସ୍ଥ୍ୟ ବିଭାଗ ସମ୍ପୂର୍ଣ୍ଣ ତଥ୍ୟ ଦେବ ବୋଲି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ କହିଥିଲେ।

Related Articles

Leave a Reply

Your email address will not be published.

Back to top button