ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍, ୨ ମୃତ, ଜଣେ ଗୁରୁତର

ଭୁବନେଶ୍ବର : ଭାରସାମ୍ୟ ହରାଇ ଗଛକୁ ପିଟିଲା ବାଇକ୍ । ୨ ମୃତ, ଜଣେ ଗୁରୁତର । ଦାରିଙ୍ଗବାଡ଼ି ଥାନା ଶ୍ରାନିକେତା ନିକଟସ୍ଥ ଆମ୍ବ ଖାଲିଆ ଘାଟିରେ ଘଟିଛି ଦୁର୍ଘଟଣା । ଦଣ୍ଡିମାହା ଗାଁକୁ ଯାଇ ଘରକୁ ଫେରିବା ବେଳେ ଶ୍ରାନିକେତା ନିକଟ ଏକ ବୁଲାଣିରେ ଭାରସାମ୍ୟ ହରାଇ ଗଛ ସହ ଧକ୍କା ହୋଇଥିଲା । ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି । ମୃତକ ହେଲେ ଶ୍ରାନିକେତା ପଞ୍ଚାୟତ ପାଙ୍ଗାରାହା ଗାଁର ଶମ୍ଭୁନାଥ ପ୍ରଧାନ ଓ ମଣ୍ଟୁ ପ୍ରଧାନ ।  ଘଟଣାସ୍ଥଳରୁ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି ଦାରିଙ୍ଗବାଡ଼ି ପୋଲିସ ।

Related Articles

Leave a Reply

Your email address will not be published. Required fields are marked *

Back to top button