ବିଜୁ ଛାତ୍ର ଜନତା ଦଳ ପୁନର୍ଗଠିତ

ଭୁବନେଶ୍ୱର: ଯୁବ ଛାତ୍ର ଜନତା ଦଳ ପରେ ଏବେ ବିଜୁ ଛାତ୍ର ଜନତା ଦଳ ପୁନର୍ଗଠିତ ହୋଇଛି । ମୋଟ୍ ୨୦୬ ଛାତ୍ରନେତାଙ୍କୁ ନୂଆ ଟିମ୍ରେ ରଖାଯାଇଥିବାବେଳେ ୫ଜଣଙ୍କୁ କାର୍ଯ୍ୟକାରୀ ସଭାପତି ଦାୟିତ୍ୱ ମିଳିଛି । ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅନୁମୋଦନ କ୍ରମେ ଦଳର ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ବିଜ୍ଞପ୍ତି ପ୍ରକାଶ କରିଛି ।
ପ୍ରକାଶିତ ତାଲିକାରେ ନୂଆ ନିଯୁକ୍ତ କାର୍ଯ୍ୟକାରୀ ସଭାପତିମାନେ ହେଉଛନ୍ତି ଅବିନାଶ ଠାକୁର (କଳାହାଣ୍ଡି), ପ୍ରଶାନ୍ତ ପଣ୍ଡା (ନବରଙ୍ଗପୁର), ରାଜେଶ ରାଜ ସ୍ୱାଇଁ (ଭୁବନେଶ୍ୱର), ବିଶ୍ୱ ପ୍ରତାପ ସାହୁ (ବିଜେପୁର), ମିକୁ ପ୍ରଧାନ (ଭୁବନେଶ୍ୱର) । ସେହିପରି ଇପ୍ସିତା ସାହୁ ଛାତ୍ର ବିଜେଡି ମହାସଚିବ ପଦ ବଜାୟ ରଖିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ୮ ଜଣଙ୍କୁ ବରିଷ୍ଠ ଉପସଭାପତି ଭାବେ ନିଯୁକ୍ତ ହୋଇଥିବାବେଳେ ୭ ଜୋନାଲ ସଭାପତି, ୫୧ ସାଧାରଣ ସମ୍ପାଦକ ଓ ୬୧ ସମ୍ପାଦକ, ୨୬ ଯୁଗ୍ମ ସମ୍ପାଦକ ଏବଂ ୩୫ ସାଂଗଠନିକ ଜିଲ୍ଲା ପାଇଁ ୩୭ ନୂଆ ସଭାପତି ନିଯୁକ୍ତି ପାଇଛନ୍ତି ।
ବରିଷ୍ଠ ଉପସଭାପତି ଭାବେ ଅଜିତ ବେହେରା (ଭୁବନେଶ୍ୱର),ସ୍ୱାଗତିକା ମହାନ୍ତି (ଭୁବନେଶ୍ୱର), ଅପୂର୍ବା ଅପରୂପା (ଭୁବନେଶ୍ୱର), ପ୍ରଦୋଷ ପରିଡ଼ା (କେନ୍ଦ୍ରାପଡ଼ା), ଚିନ୍ମୟ ଦାସ (ଭଦ୍ରକ), ବିଜୟ ବସନ୍ତିଆ (ଭୁବନେଶ୍ୱର), ଅବିନାଶ ପଟେଲ (ଝାରସୁଗୁଡ଼ା), ତାପସ କୁମାର ସାହୁ (ଭୁବନେଶ୍ୱର) ନିଯୁକ୍ତି ପାଇଥିଲାବେଳେ ଜୋନ୍ ସଭାପତି ଭାବେ ଭୁବନେଶ୍ୱର- ଭଗବାନ ସାହୁ, କଟକ- ସ୍ମୃତି ରଞ୍ଜନ ଦାସ, ଗଞ୍ଜାମ- ଜ୍ୟୋତି ରଞ୍ଜନ ସାହୁ, ସମ୍ବଲପୁର- ମିଲନ ହୋତା, ବଲାଙ୍ଗୀର-ଚିରାଗ ସିଂହ ଦେଓ, କୋରାପୁଟ- ଶଶାଙ୍କ ମିଶ୍ର, ବାଲେଶ୍ୱର- ଅବଦୁଲ ହବିବ୍ ନିଯୁକ୍ତି ପାଇଛନ୍ତି । ଉପସଭାପତି ଭାବେ କମଳ ଜ୍ୟୋତି ଦାସ, ଭବାନୀ ଶଙ୍କର ଦାସ, ସୁଜିତ ପାଲଟାସିଂହ, ଅଭିଷେକ ମହାପାତ୍ର, ଦେବସ୍ମିତା ଦାସ, ରଶ୍ମିରେଖା ମଲ୍ଲିକ, ସଙ୍କେତ ରାୟ, ନାରାୟଣ ସିଂହ, ଅରୂପ ଶ୍ରୀଚନ୍ଦନ ଓ ତାରିଣୀ ସନ୍ଧିବିଘ୍ର ନିଯୁକ୍ତି ହୋଇଛନ୍ତି ।
ଅନ୍ୟପକ୍ଷରେ ଜିଲ୍ଲା ସଭାପତି ଭାବେ ବଲାଙ୍ଗୀର-ସୁମନ କୁମାର ନନ୍ଦ, ସୁନ୍ଦରଗଡ଼- ଶେବାଜ ହୁସେନ୍, ପୁରୀ-ରାଜେଶ ରଥ, ବୌଦ୍ଧ- ସଂଗ୍ରାମ କେଶରୀ ଦାସ, ନୟାଗଡ଼- ନୀଳମାଧବ ପଣ୍ଡା, ଗଞ୍ଜାମ-ପ୍ରଶାନ୍ତ ପଣ୍ଡା, ସୋନପୁର- ଶାଶ୍ୱତ ମିଶ୍ର, ଢ଼େଙ୍କାନାଳ- ସୁରଜ ମହାପାତ୍ର, ଝାରସୁଗୁଡ଼ା- ପଲାସା କର୍ମକାର, ଅନୁଗୁଳ- ରାଜୀବ ଲୋଚନ ଦାସ, ମାଲକାନଗିରି- ତାପସ ନାୟକ, ରାୟଗଡ଼ା- ବିଷ୍ଣୁ ପ୍ରସାଦ ପଣ୍ଡା, କଳାହାଣ୍ଡି- ଅଜିତ କୁମାର ସାହୁ, ମୟୁରଭଞ୍ଜ(୧)- ସୁନୀଲ ନାୟକ(କାଳିଆ), ମୟୁରଭଞ୍ଜ(୨)- ଅନୀଶ ମାନ୍ନା, କେନ୍ଦୁଝର- ଅବିନାଶ ପଟ୍ଟନାୟକ, ଭଦ୍ରକ- ଦୀପ୍ତି ସୂର୍ଯ୍ୟ ବିଶ୍ୱାଳ, ଯାଜପୁର- ସୌମ୍ୟ ପ୍ରକାଶ ବିଶ୍ୱାଳ, ଖୋର୍ଦ୍ଧା- ବିଶ୍ୱଦୀପ ପ୍ରଧାନ, ନୂଆପଡ଼ା- ଅମିତ୍ କୁମାର ସିଂହଦେଓ, ଗଜପତି- ବିଶ୍ୱଜିତ୍ ତ୍ରିପାଠୀ, ଭୁବନେଶ୍ୱର- ସୁବାସ ସାହୁ, ଦେବଗଡ଼- ଭବାନୀ ଶଙ୍କର ସାହୁ, କନ୍ଧମାଳ- ସୁନୀଲ ସେଠୀ, ନବରଙ୍ଗପୁର- ସୁଧାଂଶୁ ଦାସ, ବାଲେଶ୍ୱର- ସିମନ ଦାସ ମହାପାତ୍ର, ଜଗତସିଂହପୁର- ସମିତ ଲେଙ୍କା, ବ୍ରହ୍ମପୁର- ଶୋଭନ କୁମାର ନାୟକ, ସମ୍ବଲପୁର- ଶୁଭ୍ରାଂଶୁ ପାଢ଼ୀ, ବରଗଡ଼- କରଣ ସିକନ୍ଦର, କେନ୍ଦ୍ରାପଡ଼ା- ପ୍ରଦୀପ ସାହୁ, କଟକ ନଗର- ସଞ୍ଜୟ ପଟ୍ଟନାୟକ ଏବଂ ଅସିଫ ଅମିନ, କଟକ- ସିଦ୍ଧାର୍ଥ କୁମାର ନାୟକ (କାର୍ଯ୍ୟକାରୀ ସଭାପତି) ଏବଂ ଆଶିଷ ପଣ୍ଡା, କୋରାପୁଟ- ପ୍ରଦୀପ ପାଣ୍ଡେ (କାର୍ଯ୍ୟକାରୀ ସଭାପତି), ରାଉରକେଲା-ଶୁଭେନ୍ଦୁ କୁମାର ମାଝୀ (କାର୍ଯ୍ୟକାରୀ ସଭାପତି) ଭାବେ ନିଯୁକ୍ତି ମିଳିଥିବା ନେଇ ଽିଜ୍ଞପ୍ତି ପ୍ରକାଶ ପାଇଛି ।