ନିର୍ବାଚନ କମିଶନରଙ୍କ ବଡ ପଦକ୍ଷେପ, ପଶ୍ଚିମବଂଗ ଡିଜି ହଟିଲେ, ୬ ଟି ରାଜ୍ୟର ଗୃହ ସଚିବଙ୍କ ବଦଳି

ନୂଆଦିଲ୍ଲୀ: ଆଜି ଭାରତ ନିର୍ବାଚନ କମିଶନର ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି। ଶନିବାର ଦିନ ଦେଶରେ ନିର୍ବାଚନ ତାରିଖ ଘୋଷଣା ପରେ ଆଜି ବିଭିନ୍ନ ରାଜ୍ୟର ସରକାରୀ ଅଧିକାରୀଙ୍କ ବିରୋଧରେ କଡା ପଦକ୍ଷେପ ଗ୍ରହଣ କରିଛନ୍ତି। ସେହି ଅନୁସାରେ ନିର୍ବାଚନ କମିଶନର ପଶ୍ଚିମବଂଗ ପୋଲିସ ଡିଜି ରାଜୀବ କୁମାରଙ୍କୁ ତାଙ୍କ ପଦରୁ ହଟାଇ ଦେଇଛନ୍ତି। ରାଜୀବ କୁମାର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜିଙ୍କ ବେଶ ଘନିଷ୍ଠ ଭାବେ ପରିଚିତ। ସେ ନିର୍ବାଚନ ପରିଚାଳନାରେ କିଛି ପକ୍ଷପାତିତା କାର୍ଯ୍ୟ କରିବା ସନ୍ଦେହରେ ତାଙ୍କୁ ଡିଜି ପଦରୁ ହଟାଇ ଦିଆଯାଇଛି। ସେହିପରି ଗୁଜୁରାଟ, ବିହାର ଏବଂ ଉତ୍ତରପ୍ରଦେଶ, ଝାଡଖଣ୍ଡ, ହିମାଚଳ ପ୍ରଦେଶ ଏବଂ ଉତରାଖଣ୍ଡର ଗୃହ ସଚିବଙ୍କୁ ହଟାଇବା ପାଇଁ ନିର୍ବାଚନ ଆୟୋଗ ନିର୍ଦ୍ଦେଶ ଦେଇଛନ୍ତି। ନିର୍ବାଚନ ସଂପର୍କିତ କୌଣସି କାର୍ଯ୍ୟରେ ସେ ହସ୍ତକ୍ଷେପ କରିପାରିବେ ନାହିଁ ବୋଲି ସେହି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସେହିପରି ହିମାଚଳ ପ୍ରଦେଶ ଏବଂ ମିଜୋରାମର ସାଧାରଣ ପ୍ରଶାସନ ବିଭାଗର ସଚିବଙ୍କୁ ମଧ୍ୟ ହଟାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଥିବାର ଜଣାପଡିଛି।

Related Articles

Leave a Reply

Your email address will not be published.

Back to top button