ଭୁଶୁଡିଲା ଲାଲ୍ ଗଡ଼: ସର୍ଚ୍ଚ ଅପରେସନ ବେଳେ ୧୩ ମାଓବାଦୀ ଗିରଫ

ଭୁବନେଶ୍ବର : ପୁଣି ଭୁଶୁଡିଲା ଲାଲ୍ ଗଡ଼ । ଗିରଫ ହେଲେ ୧୩ ମାଓବାଦୀ । ଛତିଶଗଡ଼ ବିଜାପୁର ପୋଲିସ ୧୩ ମାଓବାଦୀଙ୍କୁ ଗିରଫ କରିଛି । ସେମାନଙ୍କ ନିକଟରୁ ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ ଜବତ କରାଯାଇଛି । ଟିଫିନ ବୋମା, କଡ଼େକ୍ସ ତାର ଭଳି ବିସ୍ପୋରକ ସାମଗ୍ରୀ ଜବତ କରିଛି ପୋଲିସ । ଗିରଫ ମାଓବାଦୀମାନେ IED ବିସ୍ପୋରଣ ଭଳି ମାମଲାରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ। ଏମାନେ ଦୀର୍ଘ ଦିନ ଧରି ମାଓ ହିଂସାକାଣ୍ଡ ରେ ଜଡିତ ଥିଲେ । ଗିରଫ ୧୩ ମାଓବାଦୀଙ୍କୁ କୋର୍ଟ ଚାଲାଣ କରାଯାଇଛି । ଖବର ଅନୁଯାୟୀ, ଛତିଶଗଡ଼ ଉସୁର ଥାନା ଜଙ୍ଗଲରେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ଚାଲିଥିଲା । ଏହି ସମୟରେ ସୁରକ୍ଷାକର୍ମୀଙ୍କୁ ଟାର୍ଗେଟ କରି ଲ୍ୟାଣ୍ଡମାଇନ୍ ଲଗାଉଥିବା ବେଳେ ୭ ଜଣ ମାଓବାଦୀଙ୍କୁ ଗିରଫ କରିଛନ୍ତି ସୁରକ୍ଷାକର୍ମୀ । ସେହିପରି ବାସାଗୁଡ଼ା ଥାନା ଅଞ୍ଚଳରେ ଦୁଇ ଜଣ ଗ୍ରାମବାସୀଙ୍କୁ ହତ୍ୟା ଅଭିଯୋଗରେ ୬ ଜଣ ମାଓବାଦୀ ଗିରଫ ହୋଇଛନ୍ତି । ଡିଆର୍ଜି, କୋବ୍ରା, ସିଆର୍ପିଏଫ୍ ବାହିନୀର ମିଳିତ ଅପରେସନ ବେଳେ ବିଜାପୁରର ବିଭିନ୍ନ ସ୍ଥାନରୁ ଏହି ସବୁ ମାଓବାଦୀ ଗିରଫ ହୋଇଛି । ସର୍ବମୋ