ଆରମ୍ଭ ହେଲା ଭୁବନେଶ୍ବର ପଥ ଉତ୍ସବ

ଭୁବନେଶ୍ବର: ଆଜି ବର୍ଷର ପ୍ରଥମ ରବିବାରରେ ଆରମ୍ଭ ହୋଇଛି ଭୁବନେଶ୍ବର ପଥ ଉତ୍ସବ। ରାଜଧାନୀବାସୀଙ୍କୁ ବିଭିନ୍ନ ପ୍ରକାରର ମନୋରଂଜନ ଯୋଗାଇ ଦେବା ପାଇଁ ଏହି ଉତ୍ସବର ଆୟୋଜନ କରାଯାଇଛି। ଏହା ଭୁବନେଶ୍ବରର ମାଷ୍ଟରକ୍ୟାଣ୍ଟିନ ଛକରୁ ରାମମନ୍ଦିର ପର୍ଯ୍ୟନ୍ତ ଏହି ଉତ୍ସବ ଆୟୋଜନ କରାଯାଇଛି। ଏଥିରେ ମନ୍ତ୍ରୀ ପୃଥୀରାଜ ହରିଚନ୍ଦନ ଯୋଗଦେଇ ଉତ୍ସବକୁ ଉତ୍ସାହିତ କରିଛନ୍ତି। ମାଷ୍ଟରକ୍ୟାଣ୍ଟିନ ଛକରେ ଆୟୋଜିତ ଏକ ସଭାରେ ମନ୍ତ୍ରୀ ହରିଚନ୍ଦନଙ୍କ ସହିତ ବିଧାୟକ ବାବୁ ସିଂ, ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ, ମେୟର ସୁଲୋଚନା ଦାସ, ବିଏମସି କମିଶନର ଚଞ୍ଚଳ ରଣା ପ୍ରମୁଖ ଯୋଗଦେଇଥିଲେ। ଆଜି ସକାଳ ଛଅଟାରୁ ଦିନ 11 ଟା ପର୍ଯ୍ୟନ୍ତ ଆୟୋଜନ କରାଯାଇଥିଲା। ଏହି ସମୟରେ ଯାନବାହନ ଚଳାଚଳକୁ ବନ୍ଦ କରାଯାଇଥିଲା।

Related Articles

Leave a Reply

Your email address will not be published. Required fields are marked *

Back to top button