୩ ଜଣଙ୍କୁ ଭାରତ ରତ୍ନ

ନୂଆଦିଲ୍ଲୀ: ଦେଶରେ ପୁଣି ୩ଜଣଙ୍କୁ ଭାରତ ରତ୍ନ ଦିଆଯିବ । ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିହ୍ମା ରାଓଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ । ପୂର୍ବତନ ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣସିଂଙ୍କୁ ମଧ୍ୟ ଭାରତ ରତ୍ନ ସମ୍ମାନ ପ୍ରଦାନ କରାଯିବ । ଏହାଛଡ଼ା ବୈଜ୍ଞାନିକ ଡାକ୍ତର ଏମ.ଏସ ସ୍ୱାମୀନାଥନଙ୍କୁ ମଧ୍ୟ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ ।  ସମ୍ପୃକ୍ତ ୩ ଜଣଙ୍କୁ ଭାରତ ରତ୍ନ ଦିଆଯିବା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋସିଆଲ ମିଡିଆରେ ଏକ୍ସରେ ସୂଚନା ଦେଇଛନ୍ତି । ପୂର୍ବରୁ ବିହାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ସମାଜ ସେବୀ କର୍ପୂରୀ ଠାକୁର ଏବଂ ପୂର୍ବତନ ଉପପ୍ରଧାନମନ୍ତ୍ରୀ ତଥା ବରିଷ୍ଠ ବିଜେପି ନେତା ଲାଲକୃଷ୍ଣ ଆଡଭାନୀଙ୍କୁ ଭାରତ ରତ୍ନରେ ସମ୍ମାନିତ କରିବା ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଘୋଷଣା କରିଥିଲେ।

Related Articles

Leave a Reply

Your email address will not be published.

Back to top button