୧୭ରୁ ଚଳାଚଳ କରିବ ଭୁବନେଶ୍ୱର-ବିଶାଖାପାଟଣା ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ଵର: ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ୱାରା ଓଡ଼ିଶା ପାଇଁ ତୃତୀୟ ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟିତ ହୋଇଛି। ତେବେ ଏହା ଭୁବନେଶ୍ୱରରୁ ବିଶାଖାପାଟଣା ପର୍ଯ୍ୟନ୍ତ ଚାଲିବ। ଚଳିତ ୧୨ ତାରିଖରେ ଏହାର ଟ୍ରାଏଲ ରନ ଉକ୍ତ ରୁଟରେ ହୋଇଥିଲା।  ତେବେ ଯାତ୍ରୀମାନେ ଏହାଦ୍ୱାରା ନିଜର ଖୁସି ଜାହିର କରିଥିବା ବେଳେ ନିୟମିତ ଏହାର ଚଳାଚଳ ଏବଂ ଟିକେଟ ଦର କେତେ ରହିବ ତାହା ଜାଣିବା ପାଇଁ ଆଗ୍ରହୀ ଅଛନ୍ତି। ତେବେ ରେଳ ମନ୍ତ୍ରାଳୟ ଠାରୁ ମିଳିଥିବା ସୂଚନା ମୁତାବକ ଉକ୍ତ ଟ୍ରେନ ଆସନ୍ତା ୧୭ ତାରିଖରୁ ନିୟମିତ ଭାବେ ଚଳାଚଳ କରିବ। ସୋମବାରକୁ ବାଦ ଦେଇ ଅନ୍ୟ ସବୁ ଦିନରେ ସପ୍ତାହକୁ ୬ ଦିନ ବନ୍ଦେ ଭାରତ ଏକ୍ସପ୍ରେସ ଚାଲିବ।

Related Articles

Leave a Reply

Your email address will not be published.

Back to top button