୧୧ରୁ ଗଡିବ ୫ମ ବନ୍ଦେ ଭାରତ ଏକ୍ସପ୍ରେସ

ଚେନ୍ନାଇ: ଚଳିତମାସ ୧୧ରୁ ଚେନ୍ନାଇ ଓ ମହୀଶୂର ମଧ୍ୟରେ ‘ବନ୍ଦେ ଭାରତ ଏକ୍ସପ୍ରେସ୍‌’ ଟ୍ରେନ୍ ଚଳାଚଳ କରିବ ବୋଲି ରେଳବାଇ ସୂତ୍ରରୁ ଜଣାପଡିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଉକ୍ତଦିନ ପତାକା ଦେଖାଇ ଏହି ଟ୍ରେନ୍‌ର ଶୁଭାରମ୍ଭ କରିବେ । ଫଳରେ ଦେଶରେ ଯାତାୟାତ କରୁଥିବା ବନ୍ଦେ ଭାରତ ଏକ୍ସପ୍ରେସ୍ ଟ୍ରେନ ସଂଖ୍ୟା ୫କୁ ବୃଦ୍ଧି ପାଇବ । ୨୦୧୯ ଫେବୃଆରୀ ୧୫ରେ ନୂଆଦିଲ୍ଲୀ-ବାରାଣସୀ ରୁଟ୍‌ରେ ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଚଳାଚଳ କରିଥିଲା । ଏହାପରେ ୨୦୧୯ ଅକ୍ଟୋବର ୩ରେ ନୂଆଦିଲ୍ଲୀ-କଟରା ରୁଟ୍‌ରେ ଦ୍ୱିତୀୟ, ୨୦୨୨ ସେପ୍ଟେମ୍ବର ୩୦ରେ ମୁମ୍ବାଇ-ଗାନ୍ଧୀନଗର ରୁଟ୍‌ରେ ତୃତୀୟ ଏବଂ ୨୦୨୨ ଅକ୍ଟୋବର ୧୩ରେ ନୂଆଦିଲ୍ଲୀ-ଅମ୍ବ୍ ଅନ୍ଦାଉରା (ହିମାଚଳ) ରୁଟ୍‌ରେ ଚତୁର୍ଥ ବନ୍ଦେ ଭାରତ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଥିଲା ।

Related Articles

Leave a Reply

Your email address will not be published.

Back to top button