ବ୍ରହ୍ମପୁରରୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ

ଭୁବନେଶ୍ବର: ରବିବାରଠୁ ରାଜ୍ୟରେ ଗଡିବ ଆଉ ତିନୋଟି ବନ୍ଦେ ଭାରତ ଏକ୍ସପ୍ରେସ । ବ୍ରହ୍ମପୁରରୁ ଟାଟାନଗରକୁ ଗଡିବାକୁ ଥିବା ଏକ୍ସପ୍ରେସକୁ ବ୍ରହ୍ମପୁରରେ ଶୁଭାରମ୍ଭ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନ୍ସିଂ ଯୋଗେ ସବୁଜ ପତାକା ଦେଖାଇ ଏହି ଟ୍ରେନର ଶୁଭାରମ୍ଭ କରିବେ । ଏହି କାର୍ୟ୍ୟକ୍ରମ ଅବସରରେ ବ୍ରହ୍ମପୁର ରେଳ ଷ୍ଟେସନରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି, ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀ ଓ ବିଧାୟକଙ୍କ ସମେତ ବହୁ ନିର୍ବାଚିତ ପ୍ରତିନିଧି ଉପସ୍ଥିତ ରହିବେ ।
ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜର ପରମେଶ୍ଵର ଫୁଙ୍କଆରଙ୍କ ସେମେତ ଖୋର୍ଦ୍ଧା ରୋଡ ସ୍ଥିତ ଡିଆରଏମ୍ ଏଚ୍.ଏସ୍. ବାଜୱା ଓ ରେଳ ବିଭାଗର ବରିଷ୍ଠ ଅଧିକାରୀମାନେ ସ୍ବତନ୍ତ୍ର ଟ୍ରେନ ଯୋଗେ ବ୍ରହ୍ମପୁର ଆସି ଷ୍ଟେସନର ତଦାରଖ କରିଥିଲେ । ବନ୍ଦେ ଭାରତ ଏକ୍ଲପ୍ରେସ ବ୍ରହ୍ମପୁର ଷ୍ଟେସନରେ ୪ ନମ୍ୱର ପ୍ଲାର୍ଟଫର୍ମର କେଉଁ ସ୍ଥାନରେ ରହିବ, ଉକ୍ତ ପ୍ଲାର୍ଟଫର୍ମରେ କେଉଁ କେଉଁ ସୁବିଧା ରହିଛି , ଆର୍.ପି.ଏଫ୍ ବ୍ୟାରେକଠାରୁ ଆରମ୍ଭ କରି ଯାତ୍ରୀମାନଙ୍କ ପାଇଁ ଆବଶ୍ୟକୀୟ ସୁବିଧା ମହଜୁଦ ରହିଛି କି ନାହିଁ, ଟ୍ରେନର ଶୁଭାରମ୍ଭ କାର୍ୟ୍ୟକ୍ରମ କେଉଁ ସ୍ଥାନରୁ ହେବ, ସାଧାରଣ ସଭା କେଉଁଠି ହେବ ସେନେଇ ରେଳ ବିଭାଗର ବରିଷ୍ଠ ଅଧିକାରୀଙ୍କ ସମେତ ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡ଼ା, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ, ବ୍ରହ୍ମପୁର ଉପଜିଲ୍ଲାପାଳ ରେଳ ଷ୍ଟେସନର ସ୍ଥିତି ତଦାରଖ କରିଥିଲେ । ଏହି ଅବସରରେ ପୂର୍ବତଟ ରେଳବାଇର ଜେନେରାଲ ମ୍ୟାନେଜର ପରମେଶ୍ଵର ଫୁଙ୍କଆର ଗଣମାଧ୍ୟମ ସହିତ ଆଲୋଚନା ସମୟରେ କହିଛନ୍ତି, ”ଆସନ୍ତାକାଲି ଦିନ ୧୧ଟା ସମୟରେ ବନ୍ଦେ ଭାରତ ଟ୍ରେନର ଶୁଭାରମ୍ଭ କାର୍ୟ୍ୟକ୍ରମ ରହିଛି । ବ୍ରହ୍ମପୁରରୁ ଗଡିବାକୁ ଥିବା ଟ୍ରେନର ଟାଟାନଗରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପତାକା ଦେକାଇ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଶୁଭାରମ୍ଭ କରିବେ । ରେଳମନ୍ତ୍ରୀ ଟାଟାନଗରରେ ଉପସ୍ଥିତ ରହିବେ । ବ୍ରହ୍ମପୁରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ସମ୍ବୋଧନ କରିବେ । ସାଂସଦ ଓ ବିଧାୟକ ମାନେ ଶୁଭାରମ୍ଭ କାର୍ୟ୍ୟକ୍ରମରେ ଉପସ୍ଥିତ ରହିବେ। ବ୍ରହ୍ମପୁରରେ ସେହି ଦିନ ସକାଳ ସମୟରେ ବିଭିନ୍ନ କାର୍ୟ୍ୟକ୍ରମ ହେବ ।

Related Articles

Leave a Reply

Your email address will not be published.

Back to top button