୨୦୨୪ ପୂର୍ବରୁ ବଢିଲା ଏନଡିଏର ଶକ୍ତି

ନୂଆଦିଲ୍ଲୀ: ୨୦୨୪ ନିର୍ବାଚନରେ ଭାରତୀୟ ଜନତା ପାର୍ଟି(ବିଜେପି)ର ରଥକୁ ଅଟକାଇବାକୁ ନେଇ ରଣନୀତି ପ୍ରସ୍ତୁତ ପାଇଁ ବିରୋଧୀ ଦଳ ୧୭-୧୮ ଜୁଲାଇରେ ବେଙ୍ଗାଲୁରୁରେ ଏକ ବଡ ବୈଠକ କରିବାକୁ ଯାଉଛନ୍ତି। ଏହି ସମୟରେ ଜୁଲାଇ ୧୮ରେ ବି ବିଜେପି ଏନଡିଏର ଏକ ବଡ ବୈଠକ କରିବାକୁ ଯାଉଛି। ଏହି ବୈଠକକୁ ବିରୋଧୀ ଏକତା ବିରୋଧରେ ଭାଜପାର ଶକ୍ତି ପ୍ରଦର୍ଶନ ଭାବେ ଦେଖାଯାଉଛି। ଏହି ବୈଠକରେ ଏନଡିଏର ପୁରୁଣା ସହଯୋଗୀଙ୍କ ସହ ନିକଟରେ ସାମିଲ ହୋଇଥିବା ଦଳଙ୍କୁ ବି ନିମନ୍ତ୍ରଣ ଦିଆଯାଇଛି। ଯଦି ଆମେ ଏନଡିଏ ବୈଠକ ପାଇଁ ଆମନ୍ତ୍ରିତ ହୋଇଥିବା ଦଳର ତାଲିକାକୁ ଦେଖିବା, ତେବେ ୨୦୨୪ ପୂର୍ବରୁ ବିଜେପି ରଣନୀତିରେ ଏକ ବଡ଼ ପରିବର୍ତ୍ତନ ସ୍ପଷ୍ଟ ଦେଖାଯାଉଛି। ଏହି ବୈଠକ ପାଇଁ ଏଭଳି କିଛି ଦଳକୁ ନିମନ୍ତ୍ରଣ ମଧ୍ୟ କରାଯାଇଛି, ଯାହା ଏନଡିଏର ନିକଟତର କିନ୍ତୁ ଏପର୍ଯ୍ୟନ୍ତ ମିଳିତ ମଞ୍ଚରେ ଯୋଗଦେବାକୁ ନିଷ୍ପତ୍ତି ନେଇ ନାହାଁନ୍ତି। ଏହି ବୈଠକ ପାଇଁ ଭାଜପାର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏନଡିଏ ସହଯୋଗୀଙ୍କୁ ଚିଠି ପଠାଇଛନ୍ତି।