ରାସ୍ତା ପାର୍ଶ୍ୱ ଲାଇଟ ପୋଷ୍ଟରୁ ବ୍ୟାଟେରୀ ଚୋରୀ, ଅନ୍ଧାରରେ ତରାଶ ପଂଚାୟତବାସୀ

କେନ୍ଦ୍ରାପଡା : ରାଜକନିକା ଅଂଚଳରେ ମାତିଲେ ବ୍ୟାଟେରୀ ଚୋର | ତରାଶ ପଂଚାୟତର ରାସ୍ତା ପାର୍ଶ୍ୱରେ ଲାଗିଥିବା ଲାଇଟ ପୋଷ୍ଟରୁ ବ୍ୟାଟେରୀ ଚୋରି | ଓଏନଜି ତରଫରୁ ଲାଗିଥିବା ୪୦ଟା ଲାଇଟ ପୋଷ୍ଟରୁ ୨୦ଟି ବ୍ୟାଟେରୀ ଚୋରି କରି ନେଇଛନ୍ତି ଚୋର | ଅନ୍ୟପଟେ ପୋଲିସ କାର୍ଯ୍ୟାନୁଷ୍ଠାନ ନେଉ ନ ଥିବାରୁ ବଢ଼ିଲା ଅସନ୍ତୋଷ |

ଲକଡାଉନରେ ତରାଶ ପଂଚାୟତରେ ମାତିଛନ୍ତି ଚୋର | ଦିନରେ ଲୋକେ ଯା ଆସ କମଥିବାରୁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ରାତିର ଅନ୍ଧାରକୁ ଖାତିର ନକରି ହାତ ସଫା କରୁଛନ୍ତି ଚୋର | ଯେଉଁ ଗାଁ ରାତିର ଅନ୍ଧକାରରେ ବି ଦିନ ଭଳି ସୌନ୍ଦର୍ଯ୍ୟ ଦେଖାଉଥିଲା ସେଇ ଗାଁ ଆଜି ଅନ୍ଧକାରମୟ | ଏହି ଚୋରିକୁ ନେଇ ସ୍ଥାନୀୟ ନେତାଜୀ କ୍ଲବ ତରଫରୁ ଥାନାରେ ଏତଲା ଦିଆଯାଇଛି | କିନ୍ତୁ ପୋଲିସ ଏ ଘଟଣାର ଛାନଭିନ କରିବାକୁ ଇଛା ପ୍ରକାଶ କରୁନାହାନ୍ତି ବୋଲି କ୍ଲବର ଜଣେ କର୍ମକର୍ତ୍ତା ଗଣମାଧ୍ୟମକୁ ସୂଚନା ଦେଇଛନ୍ତି |


ତରାଶ ପଂଚାୟତ ଅନ୍ତର୍ଗତ ସମସ୍ତ ଗାଁକୁ ସୌନ୍ଦର୍ଯ୍ୟକରଣ ପାଇଁ ରାସ୍ତା, ମନ୍ଦିର, ଗାଁ ଛକ, ପାର୍କ, ପଂଚାୟତ ଅଫିସ ଇତ୍ୟାଦି ସ୍ଥାନରେ ଓଏନଜି ତରଫରୁ ଲାଇଟ ପୋଷ୍ଟ ଲଗାଯାଇଥିଲା | କିନ୍ତୁ ଲକଡାଉନ ର ସୁଯୋଗ ନେଇ କିଛି ଚୋରଦଳ ରାତିରେ ନେଇଯାଇଥିବା ଅଭିଯୋଗ ହୋଇଛି | ପୋଲିସ ତରଫରୁ କୌଣସି ନଜର ନାହିଁ କି ପୋଲିସ ପେଟ୍ରୋଲିଙ୍ଗ ବି ହଉନାହିଁ | ଏବେ ଅନ୍ଧାରରେ କାଳାତିପାତ କରୁଛନ୍ତି ତରାଶ ପଂଚାୟତବାସୀ |

Related Articles

Leave a Reply

Your email address will not be published.

Back to top button