ବିଜେଡିରେ ସାମିଲ ହେଲେ ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା

ଭୁବନେଶ୍ବର: ଆଜି ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ବାପି ସର୍ଖେଲଙ୍କ ପତ୍ନୀ ମୋନିଦୀପା ସର୍ଖେଲ। ଭୁବନେଶ୍ବରର ଶଙ୍ଖ ଭବନରେ ସେ ଏବଂ ତାଙ୍କ ସମର୍ଥକମାନେ ବିଜେଡିରେ ନିସାମିଲ ହୋଇଛନ୍ତି। ମନୋଦୀପା ପାରଦ୍ବୀପ ଶିଳ୍ପାଞ୍ଚଳ ବିକାଶ ପରିଷଦର କାର୍ଯ୍ୟକାରୀ ସଭାପତି ଅଛନ୍ତି। ମନୋଦୀପାଙ୍କ ସହିତ ପାରଦ୍ବୀପ ମୁନିସିପାଲିଟର ଉପାଧ୍ୟକ୍ଷ ଛବିଲତା ରାଉତ ଏବଂ 9 ଜଣ କାଉନସିଲର ମଧ୍ୟ ବିଜେଡିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ ପର୍ବରେ ବିଧାୟକ ଅରୁଣ ସାହୁ, ସାଂସଦ ମାନସ ମଙ୍ଗରାଜ, ପାରାଦ୍ବୀପ ବିଧାୟକ ସଂବିତ ରାଉତରାୟ, ବିଜେଡି ମୁଖପାତ୍ର ପ୍ରିୟବ୍ରତ ମାଝି ଉପସ୍ଥିତ ଥିଲେ। ବାପି ସର୍ଖେଲ ହେଉଛନ୍ତି ପାରାଦ୍ବୀପରେ ଦବଦବା ଥିବା ଜଣେ ନେତା। ତାଙ୍କର ନିଜସ୍ବ ସଂଗଠନ ସେଠାରେ ରହିଛି। ଏହାଦ୍ବାରା ପାରାଦ୍ବୀପ ଏବଂ ଏରସମା ଅଞ୍ଚଳରେ ବିଜେଡିର ସଂଗଠନ ଆହୁରି ସୁଦୃଢ ହୋଇପାରିଛି।

Related Articles

Leave a Reply

Your email address will not be published.

Back to top button