ରବିବାର ଖୋଲା ରହିବ ବ୍ୟାଙ୍କ

ନୂଆଦିଲ୍ଲୀ : ମାର୍ଚ୍ଚ ୩୧ ତାରିଖ ରବିବାର ଖୋଲା ରହିବ ସମସ୍ତ ବ୍ୟାଙ୍କ । ଏନେଇ ଏକ୍ସରେ ସୂଚନା ଦେଇଛି ରିଜର୍ଭ ବ୍ୟାଙ୍କ । ରିଜର୍ଭ ବ୍ୟାଙ୍କ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଏକ୍ସରେ ଟ୍ବିଟ୍ କରି କହିଛି କି ୩୧ ମାର୍ଚ୍ଚ ୨୦୨୪ ରବିବାର ହେବା ସତ୍ତ୍ବେ ସମସ୍ତ ବ୍ୟାଙ୍କ ଖୋଲା ରହିବ । ଚଳିତ ଆର୍ଥିକ ବର୍ଷ ୨୦୨୩-୨୪ର ଶେଷ ଦିନ ଯୋଗୁଁ ଏମିତି ନିଷ୍ପତ୍ତି ନିଆଯାଇଛି । ଆର୍ଥିକ ବର୍ଷ ଶେଷ ହେବା ପୂର୍ବରୁ ଲୋକଙ୍କ ସୁବିଧା ପାଇଁ ବ୍ୟାଙ୍କ, ଆୟକର ବିଭାଗ ଏବଂ ଜିଏସଟି କାର୍ୟ୍ୟାଳୟ ଶନିବାର ଏବଂ ରବିବାର ଖୋଲା ରହିବ । ଏହାଦ୍ୱାରା ଲୋକଙ୍କୁ ଆୟକର ପଇଠ ଏବଂ ଜିଏସଟି ପଇଠ କରିବାରେ ସହଜ ହୋଇଯିବ । କହିରଖୁଛୁ ଆୟକର ବିଭାଗ ନିଜ ସମସ୍ତ କାର୍ୟ୍ୟାଳୟ ଖୋଲା ରଖିବା ପାଇଁ ନିଷ୍ପତ୍ତି ନେଇଛି। ବିଭାଗ ଗୁଡ୍ ଫ୍ରାଇଡେ ଛୁଟି ସହିତ ଶନିବାର ଏବଂ ରବିବାର ଛୁଟି ମଧ୍ୟ ରଦ୍ଦ କରିଦେଇଛି ।

Related Articles

Leave a Reply

Your email address will not be published.

Back to top button