ଭାରତ ଆସିବନି ବାଂଲାଦେଶ କ୍ରିକେଟ ଟିମ୍

ନୂଆଦିଲ୍ଲୀ: ଭାରତକୁ ଟି-୨୦ ବିଶ୍ୱକପ୍ ଖେଳିବାକୁ ଆସିବାକୁ ମନ୍ କଲା ବାଂଲାଦେଶ। ଏନେଇ ଆଉସିସିକୁ ଫେରାଦ ହେବ ବୋଲି ଜାରି କଲା ସୂଚନା । ଭାରତ ବାହାରେ ସମସ୍ତ ମ୍ୟାଚ୍ ଖେଳିବାକୁ ପ୍ରସ୍ତାବ ଦେବ ଜଣାଇଲା। ବିସିସିଆଇ ନିର୍ଦ୍ଦେଶରେ ମୁସ୍ତାଫିଜୁରଙ୍କୁ କେକେଆର ବାଦ୍ ଦେବାରୁ ପାଲଟା ପଦ କ୍ଷେପ ନେଇଛି ବାଂଲାଦେଶ କ୍ରିକେଟ୍ ବୋର୍ଡ (ବିସିବି)। ଟି-୨୦ ବିଶ୍ୱକପ୍ ପାଇଁ ଦଳ ଭାରତ ଯାତ୍ରା ନକରିବା ପାଇଁ ସୁରକ୍ଷା ଚିନ୍ତାକୁ କାରଣ ବୋଲି ବିସିବି ଦର୍ଶାଇଛି। ଆଇସିସିକୁ ପଠାଯାଇଥିବା ଏକ ଇମେଲରେ ବିସିବି କହିଛି, “ସୁରକ୍ଷା ଚିନ୍ତା ଯୋଗୁଁ, ଟି-୨୦ ବିଶ୍ୱକପ୍ ପାଇଁ ଦଳକୁ ଭାରତ ପଠାଇବା ସମ୍ଭବ ନୁହେଁ।” ରବିବାର ଅପରାହ୍ନରେ, ୧୭ ଜଣ ବିସିବି ନିର୍ଦ୍ଦେଶକ ଏକାଠି ହୋଇ ଟି-୨୦ ବିଶ୍ୱକପ୍ ସମ୍ପର୍କରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ବାଂଲାଦେଶ ଭାରତୀୟ ମାଟିରେ ଏହାର କୌଣସି ବିଶ୍ୱକପ୍ ମ୍ୟାଚ୍ ଖେଳିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି। କିନ୍ତୁ ଆଇସିସି ଏପର୍ଯ୍ୟନ୍ତ ବିସିବିର ଅନୁରୋଧର ଉତ୍ତର ଦେଇନାହିଁ। ବାଂଲାଦେଶ ଫେବୃଆରୀ ୭ ତାରିଖରେ କୋଲକାତାର ଇଡେନ ଗାର୍ଡେନରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ନିଜର ଅଭିଯାନ ଆରମ୍ଭ କରିବାକୁ ଯାଉଛି ଏବଂ ଇଟାଲୀ, ନେପାଳ, ଇଂଲଣ୍ଡ ଏବଂ ୱେଷ୍ଟଇଣ୍ଡିଜ୍ ସହିତ ଗ୍ରୁପ୍ ସିରେ ସ୍ଥାନିତ ହୋଇଛି।



