ବାଙ୍ଗିରିପୋଷି-ଭୁବନେଶ୍ୱର-ବାଙ୍ଗିରିପୋଷି ଏକ୍ସପ୍ରେସ ପୁରୀକୁ ସମ୍ପ୍ରସାରିତ

ଭୁବନେଶ୍ୱର: ବାଙ୍ଗିରିପୋଷି-ଭୁବନେଶ୍ୱର-ବାଙ୍ଗିରିପୋଷି ଏକ୍ସପ୍ରେସକୁ ୧୫ ମଇ ୨୦୨୩ଠାରୁ ପୁରୀ ପର୍ଯ୍ୟନ୍ତ ସମ୍ପ୍ରସାରଣ ପାଇଁ ରେଳ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି। ୧୨୮୯୨ ପୁରୀ-ବାଙ୍ଗିରିପୋଷି ଏକ୍ସପ୍ରେସ ପୁରୀ ଠାରୁ ଅପରାହ୍ନ ୪ଟା.୨୦ରେ ଛାଡି ରାତ୍ରି ୧୧ଟା.୦୫ରେ ବାଙ୍ଗିରିପୋଷି ଠାରେ ପହଞ୍ଚିବ। ଫେରିବା ମାର୍ଗରେ, ୧୨୮୯୧ ବାଙ୍ଗିରିପୋଷି – ଭୁବନେଶ୍ୱର ଏକ୍ସପ୍ରେସ ବାଙ୍ଗିରିପୋଷିରୁ ଭୋର ୪ଟା ୨୦ ରେ ଛାଡି ପୁରୀ ଠାରେ ପୂର୍ବାହ୍ନ ୧୧ଟା ୦୫ରେ ପହଞ୍ଚିବ। ଭୁବନେଶ୍ୱର ଏବଂ ପୁରୀ ମଧ୍ୟରେ ସମ୍ପ୍ରସାରିତ ପଥରେ ଏହି ଟ୍ରେନ ଖୋର୍ଦ୍ଧା ରୋଡ଼, ସାକ୍ଷୀଗୋପାଳ ଷ୍ଟେସନରେ ରହଣି କରିବ। ଭୁବନେଶ୍ୱର ଏବଂ ବାଙ୍ଗିରିପୋଷି ମଧ୍ୟରେ ଏହି ଟ୍ରେନ୍ ପାଇଁ ସମୟ ଏବଂ ନିର୍ଦ୍ଧାରିତ ଷ୍ଟପେଜ୍ ଉଭୟ ଦିଗରୁ ଅପରିବର୍ତ୍ତିତ ରହିବ।

Related Articles

Leave a Reply

Your email address will not be published.

Back to top button