ବାଙ୍ଗାଲୋର-କାମାକ୍ଷା ସୁପରଫାଷ୍ଟ ଏକ୍ସପ୍ରେସ ଲାଇନଚ୍ୟୁତ: ନର୍ଗୁଣ୍ଡି ଷ୍ଟେସନ ନିକଟରେ ଖସିଲା 11 ଟି କୋଚ୍

ଭୁବନେଶ୍ବର: ଚୌଦ୍ଵାର ମଙ୍ଗୁଳି ନିକଟ ନିର୍ଗୁଣ୍ଡିରେ ବେଙ୍ଗାଲୁରୁ- କାମାକ୍ଷା ଏକ୍ସପ୍ରେସ୍‌ ଲାଇନଚ୍ୟୁତ ହୋଇଛି । ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ କିଛି ଯାତ୍ରୀ ଆହତ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଦୁର୍ଘଟଣା ପରେ ପୂର୍ବତଟ ରେଲୱେ ପକ୍ଷରୁ ହେଲ୍ ପଲାଇନ ନମ୍ବର ଜାରି କରାଯାଇଛି । ଭୁବନେଶ୍ବରରେ ହେଲପଲାଇନ ନମ୍ବର- 8455885999 , କଟକ ହେଲପଲାଇନ ନମ୍ବର-8991124238 , ଖୋର୍ଦ୍ଧା ହେଲପଲାଇନ ନମ୍ବର- 06742492245, ଭଦ୍ରକ ହେଲପଲାଇନ ନମ୍ବର 9437443469 ଓ INMARSAT TELEPHONE NO- 8991124238 PROVIDED AT DERAILMENT SITE । ଦୁର୍ଘଟଣା ପରେ ତିନିଟି ଟ୍ରେନର ଗତିପଥ ବଦଳିଛି । ଡାଉନଲାଇନରେ ଦୁର୍ଘଟଣା ହୋଇଛି । ରିଷ୍ଟୋରେସନ କାମ ଶୀଘ୍ର ଶେଷ କରିବା ଲକ୍ଷ୍ୟ ରହିଛି । ଅନ୍ୟପଟେ କିଛି ଯାତ୍ରୀ ଆହତ ହୋଇଥିବାରୁ ସେମାନଙ୍କୁ ତୁରନ୍ତ ଉଦ୍ଧାର କରାଯାଇ କଟକ ଏସ୍‌ସିବି ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ପ୍ରବଳ ଖରା ଯୋଗୁଁ ଯାତ୍ରୀମାନେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି। ପିଇବା ପାଣି ମିଳୁନଥିବା ଯାତ୍ରୀମାନେ ଅଭିଯୋଗ କରିଛନ୍ତି। ସୂଚନାଯୋଗ୍ୟ ଯେ, ରବିବାର କଟକ ଚୌଦ୍ବାର-ମଙ୍ଗୁଳି ଷ୍ଟେସନ ନିକଟରେ ୧୧. ୫୪ ସମୟରେ ବେଙ୍ଗାଲୁରୁ-ଗୌହାଟୀ କାମାକ୍ଷା ଏକ୍ସପ୍ରେସ୍ ଲାଇନଚ୍ୟୁତ ହୋଇଛି । ନିର୍ଗୁଣ୍ଡିରେ ଏହି ଏକ୍ସପ୍ରେସ୍‌ ଟ୍ରେନ୍‌ଟି ଲାଇନଚ୍ୟୁତ ହୋଇଛି । ଏକ୍ସପ୍ରେସ୍‌ ର ୧୧ ଟି ବଗି ଲାଇନ୍ ଚ୍ୟୁତ ହୋଇଥିବା ନେଇ ପୂର୍ବତଟ ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି । ଟ୍ରେନ୍‌ର ବି-୬ରୁ ବି-୧୪ ପର୍ଯ୍ୟନ୍ତ ବଗି ଟ୍ରାକ୍‌ରୁ ଖସିପଡ଼ିଛି । ନିକଟରେ ଥିବା ଜଙ୍ଗଲ ଏବଂ ବିଲକୁ ଟ୍ରେନ୍‌ର ବଗି ଗୁଡ଼ିକ ଟ୍ରାକ୍‌ରୁ ଖସି ମାଡ଼ି ଯାଇଛି । ଫଳରେ ଅନେକ ଯାତ୍ରୀ ଟ୍ରେନ୍‌ରୁ ଡେଇଁ ପଡିଥିଲେ । ଏଥିପାଇଁ ମୃତାହତଙ୍କ ସଂଖ୍ୟା ବଢିପାରେ ବୋଲି କୁହାଯାଉଛି । ଏହି ଲାଇନ୍‌ରେ ଆସିବାକୁ ଥିବା ଅନ୍ୟ ଟ୍ରେନ୍‌ଗୁଡିକୁ ବାତିଲ କରିଦିଆଯାଇଥିବା ରେଲଓ୍ବେ ପକ୍ଷରୁ ସୂଚନା ମିଳିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button