ବିଜେବି କଲେଜରେ ଅଣଛାତ୍ରଙ୍କ ପ୍ରବେଶରେ ରୋକ, ଲାଗିଲା ପୋଷ୍ଟର

ଭୁବନେଶ୍ବର: କଲେଜ କ୍ୟାମ୍ପସକୁ ଅଣଛାତ୍ରଙ୍କ ପ୍ରବେଶରେ ଲାଗିବ ରୋକ । ବିଜେବି କଲେଜରେ କର୍ତ୍ତୃପକ୍ଷ ପୋଷ୍ଟର ଲଗାଇଛନ୍ତି । ଅଣଛାତ୍ରଙ୍କ ପ୍ରବେଶରେ ରୋକ ଲଗାଇବା ପାଇଁ ମଙ୍ଗଳବାର ଗୁରୁତ୍ବପୂର୍ଣ୍ଣ ବୈଠକ ବସିଥିଲା । କଲେଜ ଅଧ୍ୟକ୍ଷଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ପୋଲିସ ମଧ୍ୟ ସାମିଲ ହୋଇଥିଲେ । ଅଣଛାତ୍ରଙ୍କ ଗଣ୍ଡଗୋଳ ଘଟଣାରେ ଆକ୍ସନ ମୋଡ଼କୁ ଆସିଛି ବଡଗଡ଼ ପୋଲିସ  । କ୍ରିକେଟ୍ ଖେଳକୁ ନେଇ ଗଣ୍ଡଗୋଳ ଘଟଣାରେ ୮ ଜଣ ଗିରଫ ହୋଇଥିଲେ । ଜଣେ ଅଭିଯୁକ୍ତର ସରକାରୀ ଜମିରେ ଥିବା ଘର ଭାଙ୍ଗିଥଲା ପୋଲିସ ।

Related Articles

Leave a Reply

Your email address will not be published.

Back to top button