ଏଣିକି ଏକା ବେଞ୍ଚରେ ସମାନ ମାମଲାର ଜାମିନ ଆବେଦନ

ଭୁବନେଶ୍ବର: ସୁପ୍ରିମକୋର୍ଟଙ୍କ ଗତ ୧୫ ତାରିଖର ନିର୍ଦ୍ଦେଶନାମା ଆଧାରରେ ଓଡ଼ିଶା ହାଇକୋର୍ଟ ଜାମିନ ଆବେଦନ ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରିଛନ୍ତିହାଇକୋର୍ଟରେ ବିଚାରାଧୀନ କିମ୍ବା ଫଇସଲା ହୋଇଥିବା ମାମଲାରେ ନିୟମିତ ବା ଆଗୁଆ ଜାମିନ ଆବେଦନ ଏକା ବେଞ୍ଚରେ ବା ଗୋଟିଏ ବିଚାରପତିଙ୍କ ନିକଟରେ ତାଲିକାଭୁକ୍ତ ହେବା ପାଇଁ ନିଷ୍ପତ୍ତି ହୋଇଛିଏହି ନିଷ୍ପତ୍ତି ଅନୁସାରେ ସମସ୍ତ ସିଆର୍ପିସି ୪୩୮ ଏବଂ ୪୩୯ ସମ୍ବଳିତ ମାମଲାକୁ ପୂର୍ବରୁ ଫଇସଲା କରିଥିବା ବିଚାରପତିଙ୍କ ପାଖରେ ଜାମିନ ଆବେଦନ ତାଲିକାଭୁକ୍ତ ହେବଯଦି ସମ୍ପୃକ୍ତ ମାମଲାର ବିଚାରପତି ଅନ୍ୟତ୍ର ବଦଳି ହୋଇଥାନ୍ତି ବା ଅବସର ଗ୍ରହଣ କରିଥାନ୍ତି, ତେବେ ପରବର୍ତ୍ତୀ ସମୟରେ ସେହି ଏକା ମାମଲାର ବିଚାର କରିଥିବା ବିଚାରପତିଙ୍କ ନିକଟରେ ଜାମିନ ଆବେଦନ ତାଲିକାଭୁକ୍ତ ହେବଯଦି ଉକ୍ତ ମାମଲା ପରବର୍ତ୍ତୀ ସମୟରେ ଅନ୍ୟ କୌଣସି ବିଚାରପତିଙ୍କ ନିକଟକୁ ଯାଇ ନ ଥିବ ରୋଷ୍ଟର ଅନୁସାରେ ହାଇକୋର୍ଟର ନିୟମିତ ବେଞ୍ଚରେ ଜାମିନ ଆବେଦନ ତାଲିକାଭୁକ୍ତ ହେବା ନିମନ୍ତେ ହାଇକୋର୍ଟ ନିର୍ଦ୍ଦେଶନାମା ଜାରି କରିଛନ୍ତିସୁପ୍ରିମକୋର୍ଟରେ ପ୍ରଧାନୀ ଜାନି ଏବଂ ଓଡ଼ିଶା ସରକାରଙ୍କ ମଧ୍ୟରେ ଫୌଜଦାରୀ ମାମଲା ୧୫୦୩/୨୦୨୩ର ବିଚାର କରି ଦେଇଥିବା ନିର୍ଦ୍ଦେଶ ଆଧାରରେ ଓଡ଼ିଶା ହାଇକୋର୍ଟ ଏହି ନିଷ୍ପତ୍ତି ନେଇଥିବା ରବିବାର ପ୍ରେସ୍ଇସ୍ତାହାରରେ ସୂଚନା ଦିଆଯାଇଛି

Related Articles

Leave a Reply

Your email address will not be published.

Back to top button