“ପୂର୍ବ ଭାରତର ଶ୍ରେଷ୍ଠ ଆଇଟିଆଇ” ଭାବେ ସମ୍ମାନିତ ହେଲା ବଡବିଲ ଆଇଟିଆଇ

ନୂଆଦିଲ୍ଲୀ: ଦେଶର ବୃତ୍ତିମୂଳକ ଶିକ୍ଷାରେ ନୂତନ ଇତିହାସ ଓଡ଼ିଶାର ପ୍ରତିଷ୍ଠିତ ବୃତ୍ତିମୂଳକ ଶିକ୍ଷା ସଂସ୍ଥା ଆଇଟିଆଇ ବଡବିଲକୁ “ପୂର୍ବ ଭାରତର ଶ୍ରେଷ୍ଠ ଆଇଟିଆଇ” ଭାବେ ସମ୍ମାନିତ କରାଯାଇଛି। ଏହି ମାନ୍ୟତା ପ୍ରଦାନ କାର୍ଯ୍ୟକ୍ରମ “Bharat SkillNXT 2025” ର ଉଦଘାଟନ ଭାରତ ମଣ୍ଡପମ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଥିଲା। କୌଶଳ ବିକାଶ ଓ ଉଦ୍ୟମଶୀଳତା ମନ୍ତ୍ରଣାଳୟ ଓ ଶ୍ରମ ମନ୍ତ୍ରଣାଳୟ ପକ୍ଷରୁ ଆୟୋଜିତ ଏହି ଉଦ୍ଘାଟନୀୟ କାର୍ଯ୍ୟକ୍ରମରେ ମାନ୍ୟନୀୟ ରାଜ୍ୟମନ୍ତ୍ରୀ ଜୟନ୍ତ ଚୌଧୁରୀଙ୍କ ହସ୍ତରେ ପୁରସ୍କାର ଏବଂ ମାନ୍ୟତା ପ୍ରମାଣପତ୍ର ଗ୍ରହଣ କରିଥିଲେ। ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ବିଭାଗର ନିର୍ଦ୍ଦେଶକ ସମର୍ଥ ବର୍ମା,ସହ ନିର୍ଦ୍ଦେଶକ ବିଶ୍ନୁଚରଣ ସାହୁ, ଆଇଟିଆଇ, ବଡବିଲର ଭାରପ୍ରାପ୍ତ ଅଧ୍ୟକ୍ଷ ଅଭିରାମ ରାଉଳ ଏହି ପୁରସ୍କାର ଗ୍ରହଣ କରି ବଡ଼ ଗର୍ବ ଅନୁଭବ କରିଛନ୍ତି। ଅନ୍ୟ ଆନ୍ତର୍ଜାତୀୟ ଏବଂ ରାଷ୍ଟ୍ରୀୟ ମାନଙ୍କ ସହିତ ଦୃଢ ମାନକ ରଖିବା, ଆଧୁନିକ ଲ୍ୟାବ୍, ନୂତନ ପ୍ରଯୁକ୍ତି ଅନୁସାରଣ ଓ ଶିକ୍ଷାର୍ଥୀଙ୍କୁ ଅନୁଭବନୀୟ ଅଭ୍ୟାସ ଦେଇବା ଦ୍ୱାରା ଆଇଟିଆଇ ବଡବିଲ ଏହି ସଫଳତା ପ୍ରାପ୍ତ କରିପାରିଛି। ଏହି ମାନ୍ୟତା ପାଇଁ ଓଡ଼ିଶା ଓ ପୂର୍ବ ଭାରତର ଯୁବସମୂହ ପାଇଁ ଏକ ପ୍ରେରଣା ସ୍ତର ନିର୍ମିତ ହେବାକୁ ଯାଉଛି। ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଳିଷ୍ଠ ନେତୃତ୍ୱ ଓ ବିଭାଗୀୟ ମନ୍ତ୍ରୀ ସଂପଦ ଚରଣ ସ୍ୱାଇଁଙ୍କ ନିର୍ଦ୍ଦେଷ ତଥା ବିଭାଗୀୟ ସଚିବ ଭୂପେନ୍ଦ୍ର ସିଂ ପୁନିଆ ଓ ନିର୍ଦ୍ଦେଶକ ସମର୍ଥ ବର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନ ପାଇଁ ସମ୍ଭବ ହୋଇପାରିଛି ବୋଲି ଆଇଟିଆଉ ଷ୍ଟାଫ ଆସୋସିଏସନ ତରଫରୁ ସାଧାରଣ ସମ୍ପାଦକ ବିଜୟ ମଲ୍ଲ ଏକ ପ୍ରେସ ବିବୃତ୍ତିରେ କହିଛନ୍ତି।