ପୁଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ରଘୁ ଆହତ

ଭୁବନେଶ୍ବର: ନୂଆ ବର୍ଷ ପୂର୍ବରୁ ରାଜଧାନୀରେ ଫୁଟିଲା ଗୁଳି। କୁଖ୍ୟାତ ଅପରାଧୀ ରଘୁ ବିଶ୍ୱାଳକୁ ଏନକାଉଣ୍ଟର କରିଛି ଭୁବନେଶ୍ୱର କମିଶନରେଟ୍ ପୁଲିସ । ରଘୁ ନାମରେ ୧୫ଟି ଥାନାରେ ଡକାୟତି ସହ ରାହାଜାନୀ ମାମଲା ରହିଛି। ସେଥି ମଧ୍ୟରୁ ୮ଟି ବନ୍ଧୁକ ଜନିତ ମାମଲା ଅଛି । କୁଖ୍ୟାତ ରବି ରାଓ ଗ୍ୟାଙ୍ଗର ସଦସ୍ୟ ହେଉଛି ରଘୁ । ବୁଧବାର ବିଳମ୍ବିତ ରାତିରେ ମଞ୍ଚେଶ୍ୱର ଥାନା ପୁଲିସ ଓ ସ୍ପେଶାଲ୍ ସ୍କ୍ୱାର୍ଡ ମିଳିତ ଭାବେ ପାଟ୍ରୋଲିଂ କରୁଥିବା ବେଳେ ରଘୁ ଓ ତାର ଜଣେ ସହଯୋଗୀ ପୁନିଆ ନାୟକ ସହ ସନ୍ଦେହଜନକ ଅବସ୍ଥାରେ ବୁଲୁଥିଲେ । ପୁଲିସ ସେମାନଙ୍କୁ ପିଛା କରି ଅଟକାଇବାକୁ ଚେଷ୍ଟା କରୁଥିବା ବେଳେ ସେମାନେ ପୁଲିସ ଉପରକୁ ଗୁଳିମାଡ କରିଥିଲେ । ପୁଲିସର ପାଲଟା ଗୁଳମାଡରେ ରଘୁ ବିଶ୍ୱାଳ ଆହତ ହୋଇଥିଲା । ତା’ର ବାମ ଗୋଡରେ ଗୁଳି ବାଜିଛି । ତା’ ନିକଟରୁ ୭.୫ ଏମଏମ୍‌ ର ଏକ ପିସ୍ତଲ ଜବତ ହୋଇଛି । ଆହତ ଅବସ୍ଥାରେ ରଘୁକୁ ପ୍ରଥମେ କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା । ପରେ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି ।

Related Articles

Leave a Reply

Your email address will not be published.

Back to top button