ଜିତିଲା ଅଷ୍ଟ୍ରେଲିଆ, ଏକ ନମ୍ବରକୁ ଫେରିଲା ଟିମ୍ ଇଣ୍ଡିଆ

ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ୧୭୨ ରନରେ ପରାସ୍ତ କରିଛି। ଅଷ୍ଟ୍ରେଲିଆର ଏହି ବିଜୟ ସହିତ ଟିମ୍ ଇଣ୍ଡିଆ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ର ପଏଣ୍ଟ ଟେବୁଲରେ ଏକ ବଡ଼ ଲାଭ ପାଇଛି। ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଅଷ୍ଟ୍ରେଲିଆର ବିଜୟ ପରେ ଟିମ୍ ଇଣ୍ଡିଆ ଟେବୁଲରେ ଏକ ନମ୍ବରରେ ପହଞ୍ଚିଛି। ବର୍ତ୍ତମାନ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ପାଞ୍ଚ ମ୍ୟାଚ୍ ଟେଷ୍ଟ ସିରିଜ୍ ଖେଳୁଛି। ମାର୍ଚ୍ଚ ୦୮ ତାରିଖରୁ ଧର୍ମଶାଳାରେ ଇଂଲଣ୍ଡ ବିପକ୍ଷ ସିରିଜର ପଞ୍ଚମ ତଥା ଶେଷ ମ୍ୟାଚ୍ ଖେଳିବାକୁ ପଡିବ, କିନ୍ତୁ ଏହାପୂର୍ବରୁ ରୋହିତ ବ୍ରିଗେଡ୍ ଏକ ନମ୍ବର ସ୍ଥାନ ହାସଲ କରିଛି। ନ୍ୟୁଜିଲ୍ୟାଣ୍ଡକୁ ପରାସ୍ତ କରିଥିବା ଅଷ୍ଟ୍ରେଲିଆ ବିଜୟ ଶତକଡା ୫୯.୦୯ ସହ ତୃତୀୟ ସ୍ଥାନକୁ ଆସିଥିବାବେଳେ ହାରିଥିବା ନ୍ୟୁଜିଲ୍ୟାଣ୍ଡ ୬୦.୦୦ ବିଜୟ ସହ ଦ୍ୱିତୀୟ ସ୍ଥାନରେ ରହିଛି। ଯେତେବେଳେ କି ଟିମ୍ ଇଣ୍ଡିଆ ୬୪.୫୮ ବିଜୟ ପ୍ରତିଶତ ସହିତ ଏକ ନମ୍ବରକୁ ଉଠିଛି। ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍ ୨୦୨୩-୨୫ ​​ଚକ୍ରରେ ଏପର୍ଯ୍ୟନ୍ତ ଭାରତ ୮ ଟି ମ୍ୟାଚ୍ ଖେଳିଛି ଯେଉଁଥିରେ ସେମାନେ ୫ ଟି ଜିତିଛନ୍ତି, ୨ ଟି ମ୍ୟାଚରେ ହାରିଛନ୍ତି ଏବଂ ଗୋଟିଏ ଡ୍ରରେ ଶେଷ ହୋଇଛି। ଦୁଇ ନମ୍ବରରେ ଥିବା ନ୍ୟୁଜିଲ୍ୟାଣ୍ଡ ୫ ଟି ମ୍ୟାଚ୍ ଖେଳିଛି ଯେଉଁଥିରେ ସେମାନେ ୩ ଟି ଜିତି ୨ ଟି ମ୍ୟାଚରେ ହାରିଛନ୍ତି। ସେପଟେ ଅଷ୍ଟ୍ରେଲିଆ ତୃତୀୟ ସ୍ଥାନରେ ରହିଛି, ଯେଉଁଥିରେ କଙ୍ଗାରୁ ଦଳ ୧୧ ଟି ମ୍ୟାଚ୍ ଖେଳିଥିବା ବେଳେ ୭ ଟି ରେ ଜିତିଛି, ୩ ଟି ମ୍ୟାଚରେ ହାରିଛି ଏବଂ ଗୋଟିଏ ଡ୍ର ରହିଛି। ଏହି ତାଲିକାରେ ଆଗକୁ ବାଂଲାଦେଶ ୫୦.୦୦ ପ୍ରତିଶତ ବିଜୟ ସହ ଚତୁର୍ଥ ସ୍ଥାନରେ ଏବଂ ପାକିସ୍ତାନ ୩୬.୬୬ ପ୍ରତିଶତ ବିଜୟ ସହ ପଞ୍ଚମ ସ୍ଥାନରେ ରହିଛି।

Related Articles

Leave a Reply

Your email address will not be published.

Back to top button