ଲାଞ୍ଚ ନେଲା ବେଳେ ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ଅଡିଟର୍‌

ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଭୁବନେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ (RDE)କାର୍ଯ୍ୟାଳୟର ଅଡିଟର୍‌ ଅମ୍ବିକା ପ୍ରସାଦ ରଥ । ଲାଞ୍ଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ତାଙ୍କ ଠାରୁ 4 ହଜାର ଲାଞ୍ଚ ଟଙ୍କା ଜବତ କରାଯାଇଛି । ଏହାସହ ତାଙ୍କ ଆବାସିକ କୋଠାରୁ ଆହୁରି 27,42,900 ଟଙ୍କା ଏବଂ ତାଙ୍କ ଅଫିସ ଟେବୁଲ ଡ୍ରୟରରୁ ନଗଦ 1,28,000 ଟଙ୍କା ଜବତ କରାଯାଇଛି । ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଭୁବନେଶ୍ବର ଆଞ୍ଚଳିକ ଶିକ୍ଷା ନିର୍ଦ୍ଦେଶକ କାର୍ଯ୍ୟାଳୟର ଅଡିଟର ଅମ୍ବିକା ପ୍ରସାଦ ରଥ, ଖୋର୍ଦ୍ଧା ଜିଲ୍ଲାର ଏକ ଡିଗ୍ରୀ କଲେଜର ଜଣେ କର୍ମଚାରୀଙ୍କଠାରୁ ସର୍ଭିସ୍ ବୁକ୍ (ସେବା ପୁସ୍ତିକା) ଅନୁଯାୟୀ MACP ଯୋଜନାରେ ଦରମା ନିର୍ଦ୍ଧାରଣ ବିବରଣୀର ସେବା ଯାଞ୍ଚ ଏବଂ ଆବଶ୍ୟକୀୟ ସଂଶୋଧନ ପାଇଁ 4 ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ । ଏନେଇ କଲେଜର କର୍ମଚାରୀ ଭିଜିଲାନ୍ସରେ ଅଭିଯୋଗ କରିଥିଲେ । ଅଭିଯୋଗ ଆଧାରରେ, ଗତକାଲି (ମଙ୍ଗଳବାର) ଭିଜିଲାନ୍ସ ଏକ ଜାଲ ବିଛାଯାଇଥିଲା । ଅଡିଟର ଅମ୍ବିକା ପ୍ରସାଦ ରଥ, ଡିଗ୍ରୀ କଲେଜର କର୍ମଚାରୀଙ୍କଠାରୁ 4 ହଜାର ଟଙ୍କା ନେଉଥିବା ବେଳେ ଭିଜିଲାନ୍ସ ଟିମ ଚଢ଼ାଉ କରିଥିଲା । ଲାଞ୍ଚ ନେବା ଅଭିଯୋଗରେ ଭିଜିଲାନ୍ସ ଟିମ୍‌ ତାଙ୍କୁ ଗିରଫ କରିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button