ରଥଯାତ୍ରାରେ ବିଭିନ୍ନ ଦୋକାନୀଙ୍କ ଉପରେ ଚଢାଉ

ଭୁବନେଶ୍ବର: ପୁରୀରେ ମହାପ୍ରଭୁଙ୍କ ରଥଯାତ୍ରା ଅବସରେ ସ୍ଵାସ୍ଥ୍ୟସେବା ଅବସରରେ ଅଧିକ ଗୁରୁତ୍ୱ ଦିଆଯାଇଛି । ସ୍ନାନ ପୂର୍ଣ୍ଣିମା ଠାରୁ ବାହୁଡ଼ା, ସୁନାବେଶ ଏବଂ ନିଳାଦ୍ରୀବିଜେ ପର୍ଯ୍ୟନ୍ତ ଏହି ବ୍ୟବସ୍ଥା ଚାଲୁରହିଛି । ପୁରୀ ଏବଂ ଆଖପାଖ ଅଞ୍ଚଳରେ ସଂକ୍ରମଣ ରୋଗର ପ୍ରତିରୋଧ ପାଇଁ ମଧ୍ୟ ବିଭିନ୍ନ ବିଭାଗମାନଙ୍କ ଦ୍ଵାରା ସଚେତନତା କାର୍ଯ୍ୟ ଚାଲୁରହିଛି । ଖାଦ୍ୟ ନିରାପତ୍ତା ଟିମ୍‌ଗୁଡ଼ିକ ଖାଦ୍ୟ ଦ୍ରବ୍ୟ କାରବାର ଉପରେ ତୀକ୍ଷ୍ଣ ନଜର ରଖିଛନ୍ତି । ସ୍ନାନ ପୂର୍ଣ୍ଣିମାରୁ ବାହୁଡ଼ା ଯାତ୍ରା ପର୍ଯ୍ୟନ୍ତ ଖାଦ୍ୟ ନିରାପତ୍ତା ଟିମ୍ ମାନେ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଛନ୍ତି । ୧୫ଟି ପାଣି ବୋତଲ ତିଆରି ପ୍ଲାଣ୍ଟ, ୨୦୨ ହୋଟେଲ, ୮୧୩ ବୁଲା ବିକାଳୀ/ରାସ୍ତା କଡ଼ ଦୋକାନୀଙ୍କ ଉପରେ ଚଢାଉ କରି ୨୩୪୮ କିଲୋ ଦୂଷିତ ଖାଦ୍ୟ ଜବତ କରି ନଷ୍ଟ କରିଛନ୍ତି । ଏଥିସହ ୧ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ଜରିମାନା ଆଦାୟ କରିଥିବା ଜଣାଯାଇଛି ।

Related Articles

Leave a Reply

Your email address will not be published. Required fields are marked *

Back to top button