ବ୍ଲକ ଅଧ୍ୟକ୍ଷଙ୍କୁ ଆକ୍ରମଣ ଘଟଣା; ହସ୍ପିଟାଲରେ କୃଷ୍ଣ ଚନ୍ଦ୍ରଙ୍କୁ ଭେଟିଲେ ବିରୋଧୀ ଦଳ ନେତା

ଭୁବନେଶ୍ବର: ମରଣାନ୍ତକ ଆକ୍ରମଣର ଶିକାର ହୋଇ ଗୁରୁତର ଅବସ୍ଥାରେ ଭୁବନେଶ୍ବରର ଆଇଜିକେସି ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଶେରଗଡ଼ ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକ । ଗତକାଲି (ବୁଧବାର) ଚିକିତ୍ସିତ ଶେରଗଡ଼ ବ୍ଲକ ଅଧ୍ୟକ୍ଷ କୃଷ୍ଣ ଚନ୍ଦ୍ର ନାୟକଙ୍କୁ ଭେଟିଛନ୍ତି ବିରୋଧୀ ଦଳ ନେତା ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । କୃଷ୍ଣଙ୍କୁ ଭେଟିବା ପରେ ସାଂଘାତିକ ଅଭିଯୋଗ କରିଛନ୍ତି ନବୀନ । ବିରୋଧୀ ଦଳ ନେତାଙ୍କ ନିର୍ବାଚନ ମଣ୍ଡଳୀରେ ଯଦି ଏଭଳି ଅବସ୍ଥା, ତାହାଲେ ରାଜ୍ୟର ଅନ୍ୟ ଅଞ୍ଚଳରେ କଣ ହେଉନଥିବା ବୋଲି ନବୀନ ପ୍ରଶ୍ନ କରିଛନ୍ତି ?

Related Articles

Leave a Reply

Your email address will not be published. Required fields are marked *

Back to top button