କେମିକାଲ୍ସ ବିସ୍ଫୋରଣରେ ଅତିକମରେ ୧୦ ମୃତ

ନୂଆଦିଲ୍ଲୀ: ତେଲଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ରାସାୟନିକ ପଦାର୍ଥ ଭର୍ତ୍ତି ଏକ ଟ୍ୟାଙ୍କରରେ ଏକ ବଡ଼ ବିସ୍ଫୋରଣ ଘଟିଛି। ସିଗାଚି କେମିକାଲ୍ସରେ ଏହି ବିସ୍ଫୋରଣ ଘଟିଥିଲା। ଏହି ଦୁର୍ଘଟଣାରେ ଅତି କମରେ ୧୦ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛନ୍ତି। ରିପୋର୍ଟ ଅନୁଯାୟୀ, ଏହି ଘଟଣାରେ ଅନେକଙ୍କ ଅବସ୍ଥା ଗୁରୁତର ଥିବା କୁହାଯାଉଛି। ଦୁର୍ଘଟଣାର ଖବର ପାଇବା ମାତ୍ରେ ଦୁଇଟି ଦମକଳ ଗାଡ଼ି ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରୁଛନ୍ତି। ଗୁରୁତର ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ ହସ୍ପିଟାଲକୁ ନିଆଯାଇଛି ।ଘଟଣାସ୍ଥଳରେ ରିଲିଫ ଏବଂ ଉଦ୍ଧାର କାର୍ଯ୍ୟ ଚାଲିଛି। ଅଧିକାରୀମାନେ କହିଛନ୍ତି ଯେ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇପାରେ। କାରଖାନାରେ ଅଗ୍ନିକାଣ୍ଡ ଯୋଗୁ ଉଦ୍ଧାର କାର୍ଯ୍ୟ ଚାଲିଛି। ଯଦିଓ ଦୁର୍ଘଟଣାର କାରଣ ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, ପ୍ରାଥମିକ ଭାବରେ ଅନୁମାନ କରାଯାଉଛି ଯେ ରିଆକ୍ଟରରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ବିସ୍ଫୋରଣ ହୋଇଥାଇପାରେ। ଶିଳ୍ପରେ ସୁରକ୍ଷା ନିୟମ ପାଳନ କରାଯାଇଥିଲା କି ନାହିଁ ତାହା ଅଧିକାରୀମାନେ ତଦନ୍ତ କରୁଛନ୍ତି।