ଭିଜିଲାନ୍ସ ଜାଲରେ ସହକାରୀ ଯନ୍ତ୍ରୀ: ଭୁବନେଶ୍ଵର ଓ ନୟାଗଡ଼ର ୧୦ ଟି ସ୍ଥାନରେ ଚଢାଉ ଜାରି

ଭୁବନେଶ୍ବର: ଆଜି ଭୁବନେଶ୍ଵର ଆର ଆଣ୍ଡ ବି ଡିଭିଜନ-୩ ର ସହକାରୀ ଯନ୍ତ୍ରୀ ରାଜ କିଶୋର ଜେନାଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି। ତାଙ୍କର ଆୟ ବହିଃର୍ଭୁତ ସଂପତ୍ତି ଠୁଳ ଅଭିଯୋଗରେ, ଓଡିଶା ଭିଜିଲାନ୍ସ ଦ୍ୱାରା ଏକକାଳୀନ ୧୦ ଟି ସ୍ଥାନରେ ଚଢାଉ କରାଯାଇଛି। ଏହି ଚଢାଉରେ ୭ ଜଣ ଡିଏସପି, ୫ ଜଣ ଇନିସ୍ପେକ୍ଟର, ଜଣେ ଏସଆଇ, ୧୧ ଜଣ ଏଏସଆଇ ଏବଂ ଅନ୍ୟ ପୋଲିସ କର୍ମଚାରୀ ନିୟୋଜିତ ହୋଇଛନ୍ତି। ଯେଉଁ ସ୍ଥାନରେ ଚଢାଉ ଜାରୀ ରହିଛି ସେଗୁଡିକ ହେଲା:- ଭୁବନେଶ୍ଵରସ୍ଥିତ ନୀଳାଦ୍ରିବିହାରରେ ତିନି ମହଲା ଅଟ୍ଟାଳିକା, ଭୁବନେଶ୍ଵରସ୍ଥିତ କସ୍ମୋପୋଲିସ, ଫ୍ଲାଟ ନମ୍ବର ଇ-୦୮୩, ଅଷ୍ଟମ ମହଲା, ଭୁବନେଶ୍ଵରସ୍ଥିତ ପାହଳର ସିମ୍ଫୋନି ମଲ, ୧୬ ନମ୍ବର ଦୋକାନ, ନୟାଗଡସ୍ଥିତ ଜଗନ୍ନାଥପ୍ରସାଦ ପୈତୃକ ଘର, ଭୁବନେଶ୍ଵରର ଆର ଆଣ୍ଡ ବି ଡିଭିଜନ-୩ ର ଅଫିସ, ଭୁବନେଶ୍ଵରସ୍ଥିତ ପଟିଆର ସମ୍ପର୍କୀୟଙ୍କ ଘର, ନୟାଗଡ ସ୍ଥିତ ସବାଜୀନଗର ସମ୍ପର୍କୀୟଙ୍କ ଘର, ଭୁବନେଶ୍ଵରସ୍ଥିତ କସ୍ମୋପୋଲିସ, ଫ୍ଲାଟ ନମ୍ବର ଏଚ-୧୬୪, ୧୬ ତମ ମହଲା, ଭୁବନେଶ୍ଵରସ୍ଥିତ ଡୁମୁଡୁମା, ଭୁବନେଶ୍ଵରସ୍ଥିତ ଜାଗମରାର ଏମ/ଏସ ଏଏସଏନ ଇନ୍ଫ୍ରାଷ୍ଟ୍ରକଚର ପିଭିଲିଃ ରେ ଚଢାଉ କରାଯାଇଛି।