ରୁକୁଣା ରଥଯାତ୍ରା ପାଇଁ ବିଧାନସଭା ଛୁଟି: ସୋମବାର ଯାଏଁ ଗୃହ ମୁଲତବୀ

ଭୁବନେଶ୍ୱର: ସରକାରୀ ମୁଖ୍ୟ ସଚେତକ ପ୍ରସ୍ତାବ ଆଣିଲେ ଓ ଆଜି ପବିତ୍ର ରୁକୁଣା ରଥଯାତ୍ରା ଯୋଗୁଁ ଗୃହରେ ନଗର ଉନ୍ନୟନ ଏବଂ ସାମାଜିକ ସୁରକ୍ଷା ବିଭାଗର ବଜେଟ ଖର୍ଚ୍ଚ ଦାବି ଆଲୋଚନା ସ୍ଥଗିତ ରହିଲା । ଆସନ୍ତା ୩୦ ତାରିଖ ଅର୍ଥାତ୍ ସୋମବାର ଗିଲୋଟିନରେ ନିଷ୍ପତ୍ତି ନିଆଯିବ ବୋଲି ବାଚସ୍ପତିଙ୍କ ଦୃଷ୍ଟି ଆକର୍ଷଣ କଲେ ସରକାରୀ ଦଳର ମୁଖ୍ୟ ସଚେତକ ସରୋଜ ପ୍ରଧାନ । ସଂସଦୀୟ ବ୍ୟାପାର ନନ୍ତ୍ରୀ ମୁକେଶ ମହଲିଙ୍ଗ ଏହି ପ୍ରସ୍ତାବକୁ ଗୃହରେ ଉପସ୍ଥାପନ କରିଥିଲେ । ବାଚସ୍ପତି ଏହି ପ୍ରସ୍ତାବକୁ ଗ୍ରହଣ କଲେ । ଫଳସ୍ବରୁପ ଆସନ୍ତା ସୋମବାର ୧୦ଟା ୩୦ ମିନିଟ ପର୍ଯ୍ୟନ୍ତ ଗୃହକୁ ମୁଲତବୀ ଘୋଷଣା କଲେ ବାଚସ୍ପତି ସୁରମା ପାଢ଼ୀ । ଏଥିସହ ପ୍ରଭୁ ଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା ଯୋଗୁଁ ବିଧାନସଭା ବଜେଟ ଅଧିବେଶନ ମୁଲତବୀ ଘୋଷଣା କରାଯାଇଛି । ଆସନ୍ତାକାଲି ପବିତ୍ର ରାମ ନବମୀ । ତାପରେ ଶନିବାର ଓ ରବିବାର ଛୁଟି ଥିବାରୁ, ସୋମବାର ଦିନ ଯାଇ ସରକାରୀ କାର୍ଯ୍ୟାଳୟ ଖୋଲିବ । ସେହିପରି ବିଧାନସଭା ମଧ୍ୟ ସୋମବାର ୧୦ଟା ୩୦ ମିନିଟରେ ବଜେଟ ଅଧିବେଶନରେ ଗୃହ କାର୍ଯ୍ୟ ଆରମ୍ଭ ହେବ । ରୁକୁଣା ରଥଯାତ୍ରା ହେଉଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରଥଯାତ୍ରା । ମହାପ୍ରଭୁ ରଥରେ ବସି ମାଉସୀମା ମନ୍ଦିରକୁ ଯାତ୍ରା କରନ୍ତି । ଭୁବନେଶ୍ୱରରେ ରୁକୁଣା ରଥଯାତ୍ରାରେ ସ୍ୱତନ୍ତ୍ର ଛୁଟି ପ୍ରଦାନ କରିଥାନ୍ତି ରାଜ୍ୟ ସରକାର ।



