ସିସୋଦିଆଙ୍କୁ ଆସାମ କୋର୍ଟଙ୍କ ସମନ

ଗୁଆହାଟୀ: ଏକ ମାନହାନି ମାମଲାରେ ଆସାମର ଏକ ଅଦାଲତ ସୋମବାର ଦିଲ୍ଲୀ ଉପମୁଖ୍ୟମନ୍ତ୍ରୀ ମନୀଶ ସିସୋଦିଆଙ୍କ ବିରୋଧରେ ସମନ ଜାରି କରିଛନ୍ତି । ନଭେମ୍ବର ୧୯ରେ କୋର୍ଟରେ ହାଜର ହେବାକୁ ସିସୋଦିଆଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କ ବିରୋଧରେ ଆପତ୍ତିଜନକ ମନ୍ତବ୍ୟ ଦେଇଥିବାର ସିସୋଦିଆଙ୍କ ବିରୋଧରେ ମାନହାନି ମୋକଦ୍ଦମା ରୁଜୁ କରାଯାଇଛି । ଏହାକୁ ଖାରଜ କରିବାକୁ ସିସୋଦିଆ ପୂର୍ବରୁ ଯେଉଁ ଆବେଦନ କରିଥିଲେ ତାହାକୁ ଗୁଆହାଟୀ ହାଇକୋର୍ଟ ଖାରଜ କରିଦେଇଛନ୍ତି । ୨୦୨୦ ମସିହାରେ କୋଭିଡ୍ ପାଇଁ ଉଦ୍ଦିଷ୍ଟ ପିପିଇ କିଟ୍ କ୍ରୟ କରିବାକୁ ହିମନ୍ତ ତାଙ୍କ ପତ୍ନୀଙ୍କ ମାଲିକାନାରେ ପରିଚାଳିତ କମ୍ପାନୀକୁ ଟେଣ୍ଡର ଦେଇଥିଲେ । ମାର୍କେଟରେ ୬୬୦ ଟଙ୍କାରେ ପିପିଇ କିଟ୍ ମିଳୁଥିବାବେଳେ ଉକ୍ତ କମ୍ପାନୀ ଏହାକୁ ୯୯୦ ଟଙ୍କାରେ ଯୋଗାଇଥିଲା ବୋଲି ସିସୋଦିଆ ଅଭିଯୋଗ କରିଥିଲେ ।


Related Articles

Leave a Reply

Your email address will not be published.

Back to top button