ଭିଜିଲାନ୍ସ ଜାଲରେ ଏ ଏସ୍ ଆଇ ବବିତା ସୁନା

ଭୁବନେଶ୍ବର: ମହିଳା ଥାନା ଏ ଏସ୍ ଆଇ ବବିତା ସୁନା ଲାଞ୍ଚ ନେବାବେଳ ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ କାବୁ କରିଛନ୍ତି। କୌଣସି ଏକ ପାରିବାରିକ ଅଶାନ୍ତିର ସମାଧାନ ପାଇଁ ବଡ଼ ଧରଣର ଅର୍ଥ ଦାବିକରି ପ୍ରଥମ କିସ୍ତିରେ ନଗଦ ଦଶ ହଜାର ଟଙ୍କା ଲାଞ୍ଚ ନେବାବେଳେ ଛକି ରହିଥିବା ବ୍ରହ୍ମପୁର ଭିଜିଲାନ୍ସ ବିଭାଗର ଅଧିକାରୀ ଓ କର୍ମଚାରୀ ମାନେ ବବିତା ସୁନାଙ୍କ ଠାରୁ ଉକ୍ତ ଟଙ୍କା ଜବତ କରିବା ସହ ଥାନା ମଧ୍ୟରେ ବିଭିନ୍ନ ନଥିପତ୍ରର ଯାଞ୍ଚ କରିଥିଲେ। ଏଏସ୍ଆଇ ବବିତା ସୁନାକୁ ନିଜ ହେପାଜତକୁ ନେଇଛନ୍ତି ଭିଜିଲାନ୍ସ ବିଭାଗ। ସେଠାରେ ରଖି ପଚରାଉଚରା କରାଯାଉଛି। ପରବର୍ତ୍ତୀ ସମୟରେ ତାଙ୍କୁ ଗିରଫ କରି କୋର୍ଟ ଚାଲାଣ ହେବ ବୋଲି ବିଭାଗୀୟ ସୁତ୍ରରୁ ଜଣାପଡିଛି।

Related Articles

Leave a Reply

Your email address will not be published. Required fields are marked *

Back to top button