ଟିମ୍‌ ଇଣ୍ଡିଆରେ ଯୋଗ ଦେଲେ ଅଶ୍ବିନ

ନୂଆଦିଲ୍ଲୀ: ରାଜକୋଟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ଚାଲିଥିବା ୩ୟ ଟେଷ୍ଟ୍‌ କ୍ରିକେଟ୍‌ ମ୍ୟାଚ୍‌ର ଆଜି ୪ର୍ଥ ଦିନରେ ସ୍ପିନ୍‌ ବୋଲର୍‌ ରବିଚନ୍ଦ୍ରନ ଅଶ୍ବିନ ଯୋଗ ଦେଇଥିବା କଥା ‘ବିସିସିଆଇ’ ସୁନିଶ୍ଚିତ କରିଛି। ମାଆ ଅସୁସ୍ଥ ହୋଇ ପଡ଼ିବାରୁ ଅଶ୍ବିନ ଶୁକ୍ରବାର ରାତିରେ ରାଜକୋଟରେ ଚାଲିଥିବା ଟେଷ୍ଟ୍‌ ମ୍ୟାଚ୍‌ ଛାଡ଼ି ବିମାନ ଯୋଗେ ଚେନ୍ନାଇସ୍ଥିତ ଘରକୁ ଚାଲିଯାଇଥିଲେ ବୋଲି ‘ବିସିସିଆଇ’ ଉପାଧ୍ୟକ୍ଷ ରାଜୀବ ଶୁକ୍ଳା କହିଥିଲେ। କିନ୍ତୁ, ୪୮ ଘଣ୍ଟାରୁ କମ୍‌ ସମୟ ମଧ୍ୟରେ ସେ ପୁଣି ଉପରୋକ୍ତ ଟେଷ୍ଟ୍‌ ମ୍ୟାଚ୍‌ ଖେଳିବାକୁ ହାଜର ହୋଇଯାଇଛନ୍ତି। ଏ ସଂକ୍ରାନ୍ତରେ ଜାରି କରିଥିବା ବିବୃତିରେ ‘ବିସିସିଆଇ’ କହିଛି, ପାରିବାରିକ ଜରୁରୀ ପରିସ୍ଥିତି ଯୋଗୁଁ ସ୍ବଳ୍ପ ସମୟ ପାଇଁ ଅନୁପସ୍ଥିତ ରହିବା ପରେ ଆର୍‌. ଅଶ୍ବିନ ଭାରତୀୟ ଟିମ୍‌କୁ ଫେରିଥିବା କଥା ଆନନ୍ଦର ସହିତ ‘ଦି ବ‌ୋର୍ଡ ଅଫ୍‌ କଣ୍ଟ୍ରୋଲ୍‌ ଫର୍‌ କ୍ରିକେଟ୍‌ ଇନ୍‌ ଇଣ୍ଡିଆ’ (ବିସିସିଆଇ) ଘୋଷଣା କରୁଛି। ରାଜକୋଟରେ ଚାଲିଥିବା ୩ୟ ମ୍ୟାଚ୍‌ର ଦ୍ବିତୀୟ ଦିନର ଖେଳ ଶେଷ ହେବା ପରେ ଅଶ୍ବିନ ପାରିବାରିକ ଜରୁରୀ ପରିସ୍ଥିତିରେ ଯୋଗ ଦେବାକୁ ସାମୟିକ ଭାବେ ଖେଳରୁ ବିରତି ନେଇଥିଲେ।

Related Articles

Leave a Reply

Your email address will not be published.

Back to top button