ପୂର୍ବତନ କ୍ରିକେଟର ରବିନ ଉଥପ୍ପାଙ୍କ ବିରୁଦ୍ଧରେ ଗିରଫ ପରୱାନା ଜାରୀ

ନୂଆଦିଲ୍ଲୀ: ପୂର୍ବତନ ଭାରତୀୟ କ୍ରିକେଟର ରବିନ ଉଥପ୍ପାଙ୍କ ବିରୁଦ୍ଧରେ ପ୍ରୋଭିଡେଣ୍ଟ ଫଣ୍ଡ (PF) ଜାଲିୟାତି ଅଭିଯୋଗରେ ଗିରଫ ପରୱାନା ଜାରି ହୋଇଛି। PF ଆଞ୍ଚଳିକ କମିଶନର୍ ସଦାକେଶରୀ ଗୋପାଳ ରେଡ୍ଡି ଏହି ଓର୍ଡର ଜାରି କରିଥିବା ବେଳେ ପୁଲାକାଶୀନଗର ପୋଲିସଙ୍କୁ ଆବଶ୍ୟକ କାର୍ଯ୍ୟନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଉଥପ୍ପା ଏକ କମ୍ପାନି ସେଞ୍ଚୁରିଜ୍ ଲାଇଫଷ୍ଟାଇଲ୍ ବ୍ରାଣ୍ଡ ପ୍ରାଇଭେଟ୍ ଲିମିଟେଡ୍ର ପ୍ରବନ୍ଧକ ଥିଲେ। ତାଙ୍କ ଉପରେ ଅଭିଯୋଗ ଯେ ସେ କର୍ମଚାରୀଙ୍କର ପିଏଫ ବାବଦ ପାଇଁ ଦରମାରୁ ଟଙ୍କା କାଟିଥିଲେ, କିନ୍ତୁ ଏହା ସେମାନଙ୍କ ଖାତାରେ ଜମା କରିନଥିଲେ। ଏହି ଅଭିଯୋଗ ରାଶି ପ୍ରାୟ ₹23 ଲକ୍ଷ ଟଙ୍କା ହେବ ବୋଲି ଜଣାପଡିଛି। ଡିସେମ୍ବର 4 ତାରିଖର ଏକ ଚିଠିରେ, କମିଶନର୍ ରେଡ୍ଡି ପୋଲିସଙ୍କୁ ଗିରଫ ପରୱାନା ନିର୍ଦ୍ଦେଶ ଦେଇଥିଲେ। କିନ୍ତୁ, ଉଥପ୍ପା ନିଜ ରହିବା ଠିକଣା ପରିବର୍ତ୍ତନ କରିଥିବାରୁ ଏହି ଅର୍ଡର PF କାର୍ଯ୍ୟାଳୟକୁ ଫେରି ଆସିଥିଲା। ଉଥପ୍ପା ଠିକଣା ଖୋଜି ଆଇନ ଅନୁସାରେ କାର୍ଯ୍ୟନୁଷ୍ଠାନ ନେବାକୁ ଅଧିକାରୀବୃନ୍ଦ ଏବେ ତଦନ୍ତ ଚଳାଇଛନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button