ଅନଲାଇନରେ ହେବ ଆର୍ମି ନିଯୁକ୍ତି ପରୀକ୍ଷା

ନୂଆଦିଲ୍ଲୀ: ଏଣିକି ଅନଲାଇନରେ ହେବ ସେନାବାହିନୀ ନିଯୁକ୍ତି ପରୀକ୍ଷା । ଉଭୟ ଅଗ୍ନିବୀର ଓ ଅଣଅଗ୍ନିବୀର ସୈନିକ ନିଯୁକ୍ତି ପାଇଁ ଅନଲାଇନ୍ ଟେଷ୍ଟ ହେବ । ଅନଲାଇନ ମାଧ୍ୟମରେ ପ୍ରବେଶିକା ପରୀକ୍ଷା ଦେଇପାରିବେ ଇଚ୍ଛୁକ ପ୍ରାର୍ଥୀ । ଅନଲାଇନ ଟେଷ୍ଟରେ ଉତ୍ତୀର୍ଣ୍ଣ ହେଲେ ନିଯୁକ୍ତି ରାଲିକୁ ଡକାଯିବ । ନିଯୁକ୍ତି ରାଲିରେ ଶାରୀରିକ ପରୀକ୍ଷା ପରେ ମେଡିକାଲ ଟେଷ୍ଟ ହେବ । ଏହା ପରେ ସଫଳ ପ୍ରାର୍ଥୀଙ୍କ ଅନ୍ତିମ ଯୋଗ୍ୟତା ତାଲିକା ପ୍ରକାଶ ପାଇବ । ଏପ୍ରିଲ ୨୬ ଯାଏଁ ଦେଶରେ ୩୭୫ ପରୀକ୍ଷା କେନ୍ଦ୍ରରେ ଅନଲାଇନ ଟେଷ୍ଟ ହେବ।

Related Articles

Leave a Reply

Your email address will not be published.

Back to top button