ମହଙ୍ଗା ପଡିଲା ନବୀନଙ୍କ ସହ ଯୁକ୍ତିତର୍କ: ପ୍ରଭାତ ବିଶ୍ୱାଳଙ୍କୁ ଦଳରୁ ବହିଷ୍କାର କଲା ବିଜେଡି

ଭୁବନେଶ୍ୱର: ପ୍ରଭାତ ବିଶ୍ୱାଳଙ୍କୁ ବହିଷ୍କାର କଲା ବିଜେଡି । ନବୀନ ନିବାସରେ ଯୁକ୍ତିତର୍କ ପରେ କଠୋର ପଦକ୍ଷେପ ନେଲେ ନବୀନ ପଟ୍ଟନାୟକ । ବିଶୃଙ୍ଖଳା ଓ ଦଳବିରୋଧୀ କାର୍ଯ୍ୟ ପାଇଁ ଦଳରୁ ବିଦା କଲା ବିଜେଡି । ସନ୍ତ୍ରୃପ୍ତ ମିଶ୍ରଙ୍କ ରାଜ୍ୟସଭା ପ୍ରାର୍ଥୀତ୍ୱକୁ ବିରୋଧ କରି ପ୍ରଭାତ, ନବୀନଙ୍କ ସହ ଯୁକ୍ତିତର୍କ କରିଥିବା ଚର୍ଚ୍ଚା ଜୋର ଧରିଥିଲା । ବିଜେଡିର ରାଜ୍ୟସଭା ପ୍ରାର୍ଥୀ ଘୋଷଣାକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ ପ୍ରଭାତ ବିଶ୍ବାଳ । ଦଳରେ ଯିଏ କାମ କରୁଛି ତାକୁ କିଛି ମିଳୁନି କହିଥିଲେ ପ୍ରଭାତ । ଠିକ୍ ଲୋକଙ୍କୁ ଦେଲେ, ଦଳ ବାନ୍ଧିହୋଇ ରହିବ କହିଥିଲେ ପ୍ରଭାତ ।



