“ଦେଶକୁ ବିକ୍ରି କରିଦେଲ, ତୁମକୁ ଲଜ୍ଜା ଲାଗୁନାହିଁ?” ଲୋକସଭାରେ ସରକାରଙ୍କୁ ଟାର୍ଗେଟ କଲେ ରାହୁଲ ଗାନ୍ଧୀ

ନୂଆଦିଲ୍ଲୀ: ଆଜି ବଜେଟ ଅଧିବେଶନର ୧୦ମ ଦିନ। ଲୋକସଭା କାର୍ଯ୍ୟକାଳ ମଧ୍ୟରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଭାଷଣ ଆରମ୍ଭ ହୋଇଛି। ରାହୁଲ ଗାନ୍ଧୀ କହିଛନ୍ତି ଯେ, “ବଜେଟ୍ ଆଜିର ଚ୍ୟାଲେଞ୍ଜଗୁଡ଼ିକୁ ସମାଧାନ କରିନାହିଁ। ବଜେଟରେ ଏଆଇ ଏବଂ ଡାଟା ସମ୍ପର୍କରେ କିଛି ନାହିଁ। ଆଜିର ସମୟରେ ଏଆଇ ବହୁତ ଗୁରୁତ୍ୱପୂର୍ଣ୍ଣ।” ରାହୁଲ ଗାନ୍ଧୀ କହିଛନ୍ତି ଯେ, “ଆମେ ଯୁଦ୍ଧ ସମୟରେ ବଞ୍ଚୁଛୁ। ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଚାଲିଛି। ଚୀନ୍ ଆମେରିକାକୁ ଚ୍ୟାଲେଞ୍ଜ କରୁଛି। ବର୍ତ୍ତମାନର ଯୁଗରେ ଶକ୍ତି ଏବଂ ଅର୍ଥ ଅସ୍ତ୍ର ପାଲଟିଛି। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଅପରେସନ୍ ସିନ୍ଦୁର ମଧ୍ୟ ଚାଲିଛି।” ସେ କହିଛନ୍ତି, “ଆମର ବଜେଟ୍‌ରେ ବିଶ୍ୱବ୍ୟାପୀ ଦ୍ୱନ୍ଦ୍ୱର ସମାଧାନ ପାଇଁ କିଛି ନାହିଁ।”

Related Articles

Leave a Reply

Your email address will not be published. Required fields are marked *

Back to top button