‘ମୋ ଘର’ ପାଇଁ ଆସନ୍ତାକାଲିଠୁ ଆବେଦନ
ଭୁବନେଶ୍ବର: ରାଜ୍ୟ ସରକାରଙ୍କ ମୋ ଘର ଯୋଜନାରେ ସୁବିଧା ପାଇବା ପାଇଁ ଆସନ୍ତାକାଲି(ଶୁକ୍ରବାର) ଠାରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏ ସମ୍ପର୍କରେ ବିସ୍ତୃତ ସୂଚନା www.rhodisha.gov.in/mogharaରେ ଉପଲବ୍ଧ ହେଉଛି। ଏହି ଯୋଜନାରେ କଚ୍ଚା ଘରକୁ ପକ୍କା ଘରରେ ପରିବର୍ତ୍ତନ କରିହେବ। ଏହି ଯୋଜନାରେ ମଧ୍ୟ ନୂଆଘର ନିର୍ମାଣ କିମ୍ବା ଗୃହର ସମ୍ପ୍ରସାରଣ କରାଯାଇପାରିବ। ହିତାଧିକାରୀ ୩ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବ୍ୟାଙ୍କ ଋଣ ପାଇପାରିବେ। ସେହିଭଳି ପ୍ରଥମ ବର୍ଷକୁ ବାଦ୍ ଦେଇ ୧୦ ବର୍ଷ ମଧ୍ୟରେ ଋଣ ପରିଶୋଧ କରିପାରିବେ। କୌଣସି ପରିବାରର ମାସିକ ଆୟ ୨୫ ହଜାର ଟଙ୍କାରୁ କମ୍ ଥିଲେ। ସେହିମାନେ ଏହି ଯୋଜନାର ଲାଭ ପାଇପାରିବେ।