ଓଡ଼ିଶାରେ ଚାଲିଛି ଜନ ବିରୋଧୀ ସରକାର: ପୃଥ୍ୱୀରାଜ ହରିଚନ୍ଦନ

ଭୁବନେଶ୍ୱର: ଓଡ଼ିଶାରେ ଚାଲିଛି ଜନ ବିରୋଧୀ ସରକାର । କେନ୍ଦ୍ର ସରକାର ଦେଉଥିବା ଅନୁଦାନ କୁ ରାଜ୍ୟ ସରକାର ହନନ କରୁଛନ୍ତି । ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଓଡ଼ିଶାରେ ଅଚଳ ହୋଇ ପଡିଛି । ଗରିବ ଲୋକଙ୍କୁ ଘର ସ୍ୱପ୍ନ ହୋଇ ଯାଇଛି । ଅନିୟମିତତା କରି ଗରିବ ଲୋକଙ୍କ ହକ ମାରୁଛନ୍ତି ରାଜ୍ୟ ସରକାର । ବିଗତ ୮ ବର୍ଷରେ ଓଡିଶାକୁ ତିନି ଗୁଣା ଘର ଦେଇଛନ୍ତି ମୋଦୀ ସରକାର । ଯଦି ତାକୁ ବାସ୍ତବରେ ରାଜ୍ୟ ସରକାର ସଠିକ କାର‌୍ୟ୍ୟକାରିତା କରିଥାନ୍ତେ ଆଜି ବହୁତ ଲୋକ ପକ୍କା ଘରେ ଥାନ୍ତେ । ଯେତେବେଳେ କେନ୍ଦ୍ର ମନ୍ତ୍ରୀ କହିଲେ ଯେ ଘରର ଟଙ୍କା ଆସି ପଡିଛି ତୁମେ ଅନିୟମିତତା କରୁଛ ଲୋକଙ୍କୁ କାର୍ଯ୍ୟାଦେଶ ଦେଉନ । ସେତେବେଳେ ବିଜୁ ଜନତା ଦଳ ନେତା ବାବୁଙ୍କୁ ବାଧିଲା। ସେଥିପାଇଁ ପ୍ରଳାପ କରିବା ଆରମ୍ଭ କରିଛନ୍ତି ବୋଲି ଦଳର ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି। ସେ ଆହୁରି କହିଛନ୍ତି ଯେ ଗୟା ପ୍ରସାଦ କମିଟି ରାଜ୍ୟରେ ଆବସ ଅନିୟମିତତାକୁ ଧରି ଥିଲେ । ସେତେବେଳେ ଅଧିକାରୀଙ୍କ ବିରୁଦ୍ଧରେ କାର‌୍ୟ୍ୟାନୁଷ୍ଠାନ ନେବା ପାଇଁ କେନ୍ଦ୍ର କହିବା ପରେ ବି ତାଙ୍କୁ ଘଣ୍ଟ ଘୋଡେଇଲେ ରାଜ୍ୟ ସରକାର । ରାଜନୀତି ରେ ଏତେ ବେଲଜ୍ଜା ହୁଅନ୍ତୁ ନାହିଁ । ବିଜେଡ଼ିର ନେତା ଆଉ ଅନୁଗ୍ରହିତ ବାବୁମାନେ ଆବସର ଏହି ଭ୍ରଷ୍ଟାଚାରରେ ରହିଛନ୍ତି । ବିଜେଡ଼ି କହୁଛି କେନ୍ଦ୍ର ଘର ଦେଉନି ସେଥିପାଇଁ ରାଜ୍ୟ ସରକାର ୬ ହଜାର କୋଟି ଖର୍ଚ୍ଚ କରି ବିଜୁ ପକ୍କା ଘର ଦେଇଛନ୍ତି । ମିଛ କହିବାର ଗୋଟେ ସୀମା ଅଛି । ୯.୬୦ ହଜାର ଘର ଆସି ପଡିଛି ତୁମେ ବାଣ୍ଟି ପାରୁନ କିନ୍ତୁ ରାଜ୍ୟ ବାସୀ ଙ୍କୁ ଭୁଆଁ ବୁଲଉଛନ୍ତି । ବିଧାନସଭାର ତଥ୍ୟ କହୁଛି ତିନି ବର୍ଷ ରେ ମାତ୍ର ତିନି ଶହ ଟା ଘର ହିଁ ହୋଇଛି । ବର୍ଷା ଦିନ ପୂର୍ବରୁ ସମସ୍ତ ଙ୍କୁ ଘର ନ ମିଳିଲେ ରାଜ ରାସ୍ତାରେ ନିଆଁ ଜଳିବ ।

Related Articles

Leave a Reply

Your email address will not be published.

Back to top button