ରାଜଧାନୀରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା

ଭୁବନେଶ୍ୱର: ରାଜଧାନୀରେ ପୁଣି ଜଣେ ଛାତ୍ରୀଙ୍କ ଆତ୍ମହତ୍ୟା । ଗୋଠପାଟଣା ଅଞ୍ଚଳରେ ଥିବା ଏକ କଲେଜ ହଷ୍ଟେଲ ଭିତରୁ ମିଳିଛି ଯୁବତୀଙ୍କ ମୃତଦେହ । ଗତକାଲି ରାତିରେ ଛାତ୍ରୀ ଜଣଙ୍କ ବେକରେ  ଶାଢ଼ି ଲଗାଇ ଝୁଲିପଡ଼ିଥିବା ଜଣାପଡ଼ିଛି । ଛାତ୍ରୀ ଜଣଙ୍କ ହେଉଛନ୍ତି ବିଏସସି ଦ୍ୱିତୀୟ ବର୍ଷର ଛାତ୍ରୀ ଅର୍ଚ୍ଚନା ଦାସ । ମୃତହେକୁ ଜବତ କରିଛି ଚନ୍ଦକା ପୋଲିସ । ଘଟଣା ସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ଘଟଣା ତଦନ୍ତ କରୁଛି । ସୂଚନାନୁଯାୟୀ, ମୃତକ ଜଣଙ୍କ ହେଉଛନ୍ତି ବିଏସସି ଡାଟା ସାଇନ୍ସର ଦ୍ୱିତୀୟ ବର୍ଷର ଅର୍ଚ୍ଚନା ଦାସ। ସେ କେନ୍ଦୁଝରରୁ ଆସି ଏଠାରେ ପାଠ ପଢ଼ୁଥିଲେ । ମଙ୍ଗଳବାର ପରୀକ୍ଷା ଦେଇ ଆସିବା ପରେ ହଷ୍ଟେଲ ରୁମ୍ ଭିତରେ ଏଭଳି କରିଥିବା ଜଣାପଡ଼ିଛି । ତେବେ ହଷ୍ଟେଲ କର୍ତ୍ତୃପକ୍ଷ ବିନା ପୋଲିସ ଉପସ୍ଥିତିରେ ଓ ବିନା ପରିବାର ଲୋକଙ୍କ ଉପସ୍ଥିତିରେ ଅର୍ଚ୍ଚନାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରି ଘରୋଇ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଏହି ଘଟଣାକୁ ନେଇ ପରିବାର ଲୋକ ହଷ୍ଟେଲ କର୍ତ୍ତୃପକ୍ଷଙ୍କ ଦାୟିତ୍ଵହୀନତାକୁ ଦାୟୀ କରିଛନ୍ତି । ଡାକ୍ତରୀ ପାଠ ପଢି ଭଲ ଡାକ୍ତର ହେବ ବୋଲି ସ୍ବପ୍ନ ଦେଖିଥିଲେ ଅର୍ଚ୍ଚନା। ଏମିତିକି ଆମେରିକା ଯିବାକୁ ସ୍ବପ୍ନ ଦେଖୁଥିଲା। ସେ ମଙ୍ଗଳବାର ଭଲରେ ଖାଇବା ଖାଇଥିଲା, ପରୀକ୍ଷା ଦେଇ ହଷ୍ଟେଲକୁ ଫେରିଥିଲା। ତେବେ କାହିଁକି ଏମିତି ପଦକ୍ଷେପ ନେଲେ ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

Related Articles

Leave a Reply

Your email address will not be published.

Back to top button