ପୁଣି ସଲମାନଙ୍କୁ ହତ୍ୟା ଧମକ

ନୂଆଦିଲ୍ଲୀ:ନିକଟରେ ଏନ୍‌ସିପି ନେତା ବାବା ସିଦ୍ଦିକିଙ୍କୁ ହତ୍ୟା ପରେ ବଲିଉଡର ଭାଇଜାନ ସଲମାନ ଖାନ୍‌ଙ୍କର ଜୀବନ ପ୍ରତି ରହିଛି ଘୋର ବିପଦ। ବାରମ୍ବାର ତାଙ୍କୁ ହତ୍ୟା ଧମକ ଦେଇ ଚାଲିଛି ଲରେନ୍ସ ଗ୍ୟାଙ୍ଗ। ଏବେ ପୁଣି ସଲମାନଙ୍କୁ ହତ୍ୟା କରିବାକୁ ମିଳିଛି ଧମକ। ମୁମ୍ବାଇ ଟ୍ରାଫିକ୍‌ ପୁଲିସ ନିକଟକୁ ସଲମାନ ଖାନ୍‌ଙ୍କ ନାଁରେ ଧମକପୂର୍ଣ୍ଣ ମେସେଜ ମିଳିଛି। ହ୍ୱାଟସଆପ୍‌ରେ ଏହି ମେସେଜ ଆସିଛି। ଏଥିରେ ସଲମାନଙ୍କ ଠାରୁ ୫ କୋଟି ଟଙ୍କା ଦାବି କରାଯାଇଛି। ମେସେଜରେ ଲେଖାଯାଇଛି ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗଠାରୁ ସୁରକ୍ଷିତ ରହିବାକୁ ଚାହୁଁଥିଲେ ସଲମାନ ୫ କୋଟି ଟଙ୍କା ଦିଅନ୍ତୁ। ନଚେତ ବାବା ସିଦ୍ଦିକିଙ୍କ ଠାରୁ ବି ତାଙ୍କ ଅବସ୍ଥା ଖରାପ ହେବ। ତାଙ୍କ ଜୀବନ ପ୍ରତି ବିପଦ ରହିଛି। ମେସେଜ ପଠାଇଥିବା ବ୍ୟକ୍ତି ନିଜକୁ ଲରେନ୍ସ ବିଷ୍ଣୋଇ ଗ୍ୟାଙ୍ଗର ଅତି ନିକଟତର ବୋଲି କହିଛି। ଏହି ଧମକପୂର୍ଣ୍ଣ ମେସେଜ ପାଇବା ପରେ ମୁମ୍ବାଇ ପୁଲିସ ତନାଘନା ଆରମ୍ଭ କରିଛି।

Related Articles

Leave a Reply

Your email address will not be published.

Back to top button