ପୁଣି ବନ୍ଧୁକ ମୁନରେ ଟଙ୍କା ବାକ୍ସ ଲୁଟ

ଭୁବନେଶ୍ବର: ଆଠଗଡ ଥାନା ଅଞ୍ଚଳରୁ ପୁଣି ବନ୍ଧୁକ ମୁନରେ ଲୁଟ୍ । ଟଙ୍କା ବାକ୍ସ ଲୁଟିନେଲେ ଦୁର୍ବୃତ୍ତ । ଛାନଭିନ୍ ଆରମ୍ଭ କଲା ଆଠଗଡ ପୋଲିସ । ସୂଚନାଯୋଗ୍ୟ ଯେ, କଟକ ଜିଲ୍ଲା ତିଗିରିଆ ଥାନା ଅଞ୍ଚଳରୁ ଟଙ୍କା ଲୁଟ୍ ଘଟଣାରେ ଏପର୍ୟ୍ୟନ୍ତ ପୋଲିସ ହାତ ଖାଲିକରି ବସିଥିବା ବେଳେ ପୁଣି ବନ୍ଧୁକ ମୁନରେ ଲୁଟିନେଲେ ଟଙ୍କା ବାକ୍ସ । ଆଠଗଡ଼ ଥାନା ଅନ୍ତର୍ଗତ ଅଶୋକ ନଗର ସ୍ଥିତ ଫ୍ଲିପ୍‌କାର୍ଟ ଅଫିସ୍‌ର କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଟଙ୍କା ଲୁଟ୍ କରିଛନ୍ତି ଦୁର୍ବୃତ୍ତ । ମୁଖାପିନ୍ଧା ଦୁଇ ଜଣ ଦୁର୍ବୃତ୍ତ ଏକ ବାଇକ୍ ଯୋଗେ ଆସି କାର୍ୟ୍ୟରତ କର୍ମଚାରୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍ କରିଛନ୍ତି । ଲକ୍ଷାଧିକ ଟଙ୍କା ନେଇ ଘଟଣାସ୍ଥଳରୁ ଦୁର୍ବୃତ୍ତମାନେ ଚମ୍ପଟ ମାରିଛନ୍ତି । ଖବର ପାଇ ଘଟଣାସ୍ଥଳରେ ଆଠଗଡ଼ ଝଊଚଙଙ୍କ ସମେତ ଆଠଗଡ଼ ପୋଲିସ ପହଞ୍ଚି ଛାନଭିନ ଜାରି ରଖିଛି ।

Related Articles

Leave a Reply

Your email address will not be published.

Back to top button